ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜରୁରୀକାଳୀନ ସ୍ଥିତିକୁ ଲୋକସଭା ବାଚସ୍ପତିଙ୍କ ନିନ୍ଦାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 26 JUN 2024 2:38PM by PIB Bhubaneshwar

ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ମାନ୍ୟବର ଲୋକସଭା ବାଚସ୍ପତି ନିନ୍ଦା କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଶ୍ରୀ ମୋଦୀ ଏକ୍ସରେ କରିଥିବା ପୋଷ୍ଟରେ ଲେଖିଛନ୍ତି:

“ମୁଁ ଖୁସି ଯେ ମାନ୍ୟବର ବାଚସ୍ପତି ଜରୁରୀକାଳୀନ ସ୍ଥିତିକୁ ଦୃଢ଼ତାର ସହ ନିନ୍ଦା କରିଛନ୍ତି, ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ଗୁରୁତ୍ୱ ଦେଇଛନ୍ତି ଏବଂ କିପରି ଗଣତନ୍ତ୍ରକୁ ଦଳିମକଚି ଦିଆଯାଇଥିଲା ତାହା ଉଲ୍ଲେଖ କରିଛନ୍ତି । ସେ ସମୟରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସମ୍ମାନରେ ନିରବତାର ସହ ଦଣ୍ଡାୟମାନ ହେବା ମଧ୍ୟ ଏଭ ଅଦ୍ଭୁତ ଭାବନା ଆଣିଛି ।

ଜରୁରୀକାଳୀନ ସ୍ଥିତି ଆଜିକୁ ୫୦ ବର୍ଷ ତଳେ ଲାଗୁ ହୋଇଥିଲା, କିନ୍ତୁ ଆଜିର ଯୁବପିଢ଼ି ଏ ସମ୍ପର୍କରେ ଜାଣିବା ଜରୁରୀ, କାରଣ ସମ୍ବିଧାନକୁ ଦଳିମକଚି ଦେଲେ, ଜନସାଧାରଣଙ୍କ ମତକୁ ଚାପିଦିଆଗଲେ, ସଂସ୍ଥାଗତ ଢାଞ୍ଚାକୁ ନଷ୍ଟ କରିଦିଆଗଲେ କ’ଣ ହୁଏ ଏହା ତାହାର ଉପଯୁକ୍ତ ଉଦାହରଣ । ଏକଛତ୍ରବାଦ କ’ଣ ତାହା ଜରୁରୀକାଳୀନ ସ୍ଥିତି ସମୟରେ ହୋଇଥିବା ଘଟଣାରୁ ଜଣାପଡ଼େ” ।

I am glad that the Honourable Speaker strongly condemned the Emergency, highlighted the excesses committed during that time and also mentioned the manner in which democracy was strangled. It was also a wonderful gesture to stand in silence in honour of all those who suffered…

— Narendra Modi (@narendramodi) June 26, 2024

SR



(Release ID: 2028783) Visitor Counter : 43