ପ୍ରତିରକ୍ଷା ମନ୍ତ୍ରଣାଳୟ

ଫ୍ରାନ୍ସର ସେଣ୍ଟ-ଟ୍ରୋପେଜରେ ଚାଲିଥିବା ୪୩ତମ ବିଶ୍ୱ ଚିକିତ୍ସା ଓ ସ୍ୱାସ୍ଥ୍ୟ କ୍ରୀଡ଼ାରେ ଇତିହାସ ରଚିଲେ ୪ ଏଏଫ୍ଏମ୍ଏସ୍ ଅଫିସର



ସ୍ୱାସ୍ଥ୍ୟ ପେସାଦାରଙ୍କ ପାଇଁ ବିଶ୍ୱର ସର୍ବବୃହତ କ୍ରୀଡ଼ା ଇଭେଣ୍ଟରେ ୯ ସ୍ୱର୍ଣ୍ଣ ସହ ରେକର୍ଡ ୩୨ ପଦକ ହାସଲ କଲେ

Posted On: 23 JUN 2024 5:00PM by PIB Bhubaneshwar

ଫ୍ରାନ୍ସର ସେଣ୍ଟ-ଟ୍ରୋପେଜଠାରେ ଜୁନ୍ ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୪୩ତମ ବିଶ୍ୱ ଚିକିତ୍ସା ଓ ସ୍ୱାସ୍ଥ୍ୟ କ୍ରୀଡ଼ାରେ ରେକର୍ଡ ୩୨ ପଦକ ଜିତି ୪ ଜଣ ଆର୍ମଡ୍ ଫୋର୍ସ ମେଡିକାଲ ସର୍ଭିସ (ଏଏଫ୍ଏମ୍ଏସ୍) ଅଧିକାରୀ ଭାରତ ପାଇଁ ଗୌରବ ଆଣିଛନ୍ତି। ଲେଫ୍ଟନାଣ୍ଟ କର୍ଣ୍ଣେଲ ସଞ୍ଜୀବ ମଲ୍ଲିକ, ମେଜର ଅନୀଶ ଜର୍ଜ, କ୍ୟାପ୍ଟେନ୍ ଷ୍ଟିଫେନ୍ ସେବାଷ୍ଟିଆନ୍ ଏବଂ କ୍ୟାପ୍ଟେନ୍ ଡାନିଆ ଜେମ୍ସ ଏହି ଅଧିକାରୀମାନେ ବିଶ୍ୱର ସର୍ବବୃହତ କ୍ରୀଡ଼ା ଇଭେଣ୍ଟରେ ୧୯ଟି ସ୍ୱର୍ଣ୍ଣ ପଦକ, ୦୯ଟି ରୌପ୍ୟ ପଦକ ଏବଂ ୦୪ଟି କାଂସ୍ୟ ପଦକ ଜିତି ଇତିହାସ ରଚିଛନ୍ତି।

ଏହି ବିଜୟର ବିଭାଜନ ନିମ୍ନଲିଖିତ: ଲେଫ୍ଟନାଣ୍ଟ କର୍ଣ୍ଣେଲ ସଞ୍ଜୀବ ମଲିକ ଭିଏସଏମ, ପାଞ୍ଚଟି ସ୍ୱର୍ଣ୍ଣ ପଦକ (୩୫ ବର୍ଷରୁ ଅଧିକ ପୁରୁଷ ବର୍ଗ) - ଇଭେଣ୍ଟ: ୮୦୦ ମିଟର, ୧୫୦୦ ମିଟର, ୩୦୦୦ ମିଟର, ୫୦୦୦ ମିଟର, କ୍ରସ କଣ୍ଟ୍ରି ଏବଂ ୪×୧୦୦ ମିଟର ରିଲେ । ମେଜର ଅନୀଶ ଜର୍ଜ, ୪ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ (୩୫ ବର୍ଷରୁ କମ୍ ପୁରୁଷ ବର୍ଗ) - ଇଭେଣ୍ଟ: ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର, ୧୫୦୦ ମିଟର, ଜାଭେଲିନ, ସଟପୁଟ, ଡିସ୍କସ ଥ୍ରୋ, ହ୍ୟାମର ଥ୍ରୋ ଏବଂ ପାୱାର ଲିଫ୍ଟିଂ । କ୍ୟାପ୍ଟେନ୍ ଷ୍ଟିଫେନ୍ ସେବାଷ୍ଟିଆନ୍, ୬ଟି ସ୍ୱର୍ଣ୍ଣ ପଦକ (୩୫ ବର୍ଷରୁ କମ୍ ପୁରୁଷ ବର୍ଗ) - ଇଭେଣ୍ଟ: ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ଲଙ୍ଗ ଜମ୍ପ, ହ୍ୟାମର ଥ୍ରୋ ଏବଂ ୪×୧୦୦ ମିଟର ରିଲେ। କ୍ୟାପ୍ଟେନ ଡାନିଆ ଜେମ୍ସ, ୪ ସ୍ୱର୍ଣ୍ଣ, ୩ ରୌପ୍ୟ, ଦୁଇଟି ବ୍ରୋଞ୍ଜ ପଦକ (୩୫ ବର୍ଷରୁ କମ୍ ମହିଳା ବର୍ଗ) ଇଭେଣ୍ଟ: ୧୦୦ ମିଟର, ୨୦୦ ମିଟର, ×୧୦୦ ରିଲେ, ଜାଭେଲିନ୍, ଡିସ୍କସ୍ ଥ୍ରୋ, ସଟ୍ ପୁଟ୍, ବ୍ୟାଡମିଣ୍ଟନ୍ ସୋଲୋ, ବ୍ୟାଡମିଣ୍ଟନ ଡବଲ୍ସ ଏବଂ ପାୱାରଲିଫ୍ଟିଂ।

ଡିଜିଏଫଏମଏସ ଲେଫ୍ଟନାଣ୍ଟ ଜେନେରାଲ ଦଳଜିତ୍ ସିଂହ ଚମତ୍କାର ପ୍ରଦର୍ଶନ ପାଇଁ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଅଧିକ ସଫଳତା କାମନା କରିଛନ୍ତି।

ବିଶ୍ୱ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ କ୍ରୀଡ଼ା, ଯାହାକୁ ପ୍ରାୟତଃ ସ୍ୱାସ୍ଥ୍ୟ ପେସାଦାରମାନଙ୍କ ପାଇଁ ଅଲିମ୍ପିକ୍ କ୍ରୀଡ଼ା ଭାବରେ ବିବେଚନା କରାଯାଏ, ଡାକ୍ତରୀ ସମୁଦାୟ ମଧ୍ୟରେ ସବୁଠାରୁ ସମ୍ମାନଜନକ ବିଶ୍ୱ କ୍ରୀଡ଼ା ପ୍ରତିଯୋଗିତାରେ ବିକଶିତ ହୋଇଛି । ୧୯୭୮ ମସିହାରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ାରେ ବାର୍ଷିକ ୫୦ରୁ ଅଧିକ ଦେଶରୁ ୨୫୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥାନ୍ତି।

ଭାରତୀୟ ସଶସ୍ତ୍ର ବାହିନୀ ଚିକିତ୍ସା ସେବା ଅଧିକାରୀଙ୍କ ପ୍ରଦର୍ଶନ କେବଳ ସେମାନଙ୍କର ଉତ୍କର୍ଷତାକୁ ଆଲୋକିତ କରେ ନାହିଁ ବରଂ ବିଶ୍ୱସ୍ତରରେ ସ୍ୱାସ୍ଥ୍ୟସେବା ପେସାଦାରଙ୍କ ସମର୍ପଣକୁ ପ୍ରଦର୍ଶିତ କରେ, ସେମାନଙ୍କର ଡାକ୍ତରୀ ଦକ୍ଷତାକୁ ଆଥଲେଟିକ୍ ଉପଲବ୍ଧି ସହିତ ମିଶ୍ରଣ କରେ । ଏହା ଦେଶର କୋଣ ଅନୁକୋଣରେ ଥିବା ହଜାର ହଜାର ଡାକ୍ତର ଓ ନର୍ସଙ୍କୁ ଫିଟନେସ୍ ର ଦୂତ ହେବାକୁ ପ୍ରେରଣା ଯୋଗାଇବ।

****

NS/SLP



(Release ID: 2028203) Visitor Counter : 19