ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ବଜାର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଗହମ ମହଜୁଦ ରହିଛି: କେନ୍ଦ୍ର


ଆରଏମଏସ ୨୦୨୪ରେ ଜୁନ୍ ୧୮, ୨୦୨୪ ସୁଦ୍ଧା ୨୬୬ ଏଲଏମଟି ଗହମ କ୍ରୟ କରାଯାଇଛି; ଆରଏମଏସ ୨୦୨୩ରେ କ୍ରୟ ପରିମାଣ ୨୬୨ ଏଲଏମଟି ଥିଲା

Posted On: 20 JUN 2024 3:50PM by PIB Bhubaneshwar

ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ସମୀକ୍ଷା ପାଇଁ ଆଜି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଗହମର ମହଜୁଦ ସ୍ଥିତି ଏବଂ ମୂଲ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆରଏମଏସ (ରବି ବିପଣନ ଋତୁ) ୨୦୨୩ରେ ୨୬୨ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) ଗହମ କ୍ରୟ ହୋଇଥିବା ବେଳେ ଆରଏମଏସ ୨୦୨୪ରେ ୧୮.୦୬.୨୦୨୪ ସୁଦ୍ଧା ପ୍ରାୟ ୨୬୬ ଏଲଏମଟି ଗହମ କ୍ରୟ କରାଯାଇଛି । ପିଡିଏସ୍ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା, ଯାହା ପାଖାପାଖି ୧୮୪ ଏଲଏମଟି , ତାହାକୁ ପୂରଣ କରିବା ପରେ ଆବଶ୍ୟକ ସ୍ଥଳେ ବଜାରର ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ପରିମାଣର ଗହମ ମହଜୁଦ ରହିଛି ।

ଗହମର ମୂଲ୍ୟ ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ ଦେଶର ଉପଭୋକ୍ତାଙ୍କ ପାଇଁ ମୂଲ୍ୟ ସ୍ଥିରତା ସୁନିଶ୍ଚିତ କରିବା ନିମନ୍ତେ ଉପଯୁକ୍ତ ନୀତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

***

SSP



(Release ID: 2027184) Visitor Counter : 29