ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 20 JUN 2024 10:36AM by PIB Bhubaneshwar

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ତାଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, ରାଷ୍ଟ୍ରପତିଙ୍କ ଜୀବନ ଯାତ୍ରା କୋଟି କୋଟି ଲୋକଙ୍କୁ ଆଶା ଆଣି ଦେଇଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ରାଷ୍ଟ୍ରପତିଙ୍କୁ ଜନ୍ମ ଦିନରେ ହାର୍ଦ୍ଦିକ ଶୁଭେଚ୍ଛା । ତାଙ୍କର ଉଦାହରଣଯୋଗ୍ୟ ସେବା ଓ ଦେଶପ୍ରତି ଉତ୍ସର୍ଗୀକୃତ ମନୋଭାବ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଗରିବ ଓ ବଞ୍ଚିତ ବର୍ଗଙ୍କ ପ୍ରତି ତାଙ୍କ ସେବା ଆମକୁ ଦିଗଦର୍ଶନ ଦିଏ । ତାଙ୍କ ଜୀବନ ଯାତ୍ରା କୋଟି କୋଟି ଲୋକଙ୍କ ମନରେ ଆଶା ସଞ୍ଚାର କରିଛି । ତାଙ୍କ ଅଦମ୍ୟ ପ୍ରଚେଷ୍ଟା ଏବଂ ଦୂରଦର୍ଶୀ ନେତୃତ୍ୱ ପାଇଁ ଭାରତ ତାଙ୍କ ନିକଟରେ ସର୍ବଦା କୃତଜ୍ଞ ରହିବ । ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି । @rashtrpatibhvn ” 

SR



(Release ID: 2026936) Visitor Counter : 22