କ୍ୟାବିନେଟ
ବାରାଣାସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ବିକାଶକୁ କ୍ୟାବିନେଟ୍ ଅନୁମୋଦନ
ପୋଷ୍ଟ କରାଯିବା ଦିନାଙ୍କ:
19 JUN 2024 8:00PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାରାଣାସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରର ବିକାଶ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଯେଉଁ ଥିରେ ଟର୍ମିନାଲ ଭବନ, ଆପ୍ରୋନ ରନୱେ ସଂପ୍ରସାରଣ, ସମାନ୍ତରାଳ ଟ୍ୟାକ୍ସ ଟ୍ରାକ ଏବଂ ତତସମ୍ବନ୍ଧୀୟ କାର୍ଯ୍ୟରେ ନିର୍ମାଣ କରିବା ମଧ୍ୟ ସାମିଲ ରହିଛି।
ବିମାନବନ୍ଦରର ଯାତ୍ରୀ ପରିଚାଳନା କ୍ଷମତାକୁ ବାର୍ଷିକ ୩.୯ ଏମପିପିଏରୁ ୯.୯ ନିୟୁତ ଯାତ୍ରୀ (ଏମପିପିଏ)କୁ ବୃଦ୍ଧି କରିବା ପାଇଁ ଆନୁମାନିକ ଆର୍ଥିକ ବ୍ୟୟ ୨୮୬୯.୬୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ୭୫,୦୦୦ ବର୍ଗମିଟର ଅଞ୍ଚଳକୁ ନେଇ ଗଠିତ ଏହି ନୂତନ ଟର୍ମିନାଲ ବିଲ୍ଡିଂକୁ ୬ ଏମପିପିଏର କ୍ଷମତା ଏବଂ ୫୦୦୦ ପିକ୍ ଆୱାର ଯାତ୍ରୀଙ୍କୁ (ପିଏଚପି)ର ପରିଚାଳନା ପାଇଁ ଡିଜାଇନ୍ କରାଯାଇଛି। ଏହି ସହରର ବିଶାଳ ସାଂସ୍କୃତିକ ଐତିହ୍ୟର ଝଲକ ଦେବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି।
ଏହି ପ୍ରସ୍ତାବରେ ରନୱେକୁ ୪୦୭୫ ମିଟର x ୪୫ ମିଟର ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ୨୦ଟି ବିମାନ ପାର୍କିଂ କରିବା ପାଇଁ ଏକ ନୂତନ ଆପ୍ରନ୍ ନିର୍ମାଣ କରିବା ଅନ୍ତର୍ଭୁକ୍ତ । ଯୋଜନା, ବିକାଶ ଏବଂ ପରିଚାଳନା ପର୍ଯ୍ୟାୟରେ ଅନ୍ୟାନ୍ୟ ସ୍ଥାୟୀ ପଦକ୍ଷେପ ସହିତ ଶକ୍ତି ଅପ୍ଟିମାଇଜେସନ୍, ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ, କାର୍ବନ ଉତ୍ସରଣରେ ହ୍ରାସ, ସୌର ଶକ୍ତିର ଉପଯୋଗ ତଥା ଦିନରେ ପ୍ରାକୃତିକ ପ୍ରକାଶକୁ ଅନ୍ତର୍ଭୁକ୍ତି ମାଧ୍ୟମରେ ପରିବେଶ ସ୍ଥାୟୀତା ସୁନିଶ୍ଚିତ କରିବ । ଏହା ସହିତ ଏହି ଯୋଜନା, ବିକାଶ ଏବଂ ପରିଚାଳନାରେ ସମସ୍ତ ପଦକ୍ଷେପ ଅନ୍ୟାନ୍ୟ ସ୍ଥାୟୀ ଅନେକ ଉପାୟ ମଧ୍ୟ କରାଯିବ ।
*****
NS/SLP
(ରିଲିଜ ଆଡି: 2026888)
ପରିଦର୍ଶକ କାଉଣ୍ଟର : 111
ଏହି ରିଲିଜ ପଢନ୍ତୁ :
Hindi_MP
,
हिन्दी
,
English
,
Urdu
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam