ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୁୱେତ ସହରରେ ଅଗ୍ନିକାଣ୍ଡରେ ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 12 JUN 2024 7:17PM by PIB Bhubaneswar

 

କୁୱେତ ସହରରେ ଅଗ୍ନିକାଣ୍ଡ ଯୋଗୁ ଜୀବନ ହାନି ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କୁୱେତସ୍ଥିତ ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ନଜର ରଖିବା ସହ ପ୍ରଭାବିତ ଏବଂ ସେମାନେ କାର୍ଯ୍ୟ କରୁଥିବା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି

ଏକ୍ସରେ ଭାରତୀୟ ଦୂତାବାସ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

କୁୱେତ ସହରରେ ଏଭଳି ଅଗ୍ନିକାଣ୍ଡ ଦୁଃଖଦାୟକ ନିକଟ ସମ୍ପର୍କୀୟ ମାନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା ରହିଛି ଆହତ ମାନଙ୍କର ଶୀଘ୍ର ଆଶୁ ଆରୋଗ୍ୟ କାମନା କରୁଛି କୁୱେତ ସ୍ଥିତ ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ନଜର ରଖିଛି ଏବଂ ପ୍ରଭାବିତଙ୍କୁ ସହାୟତା ଲାଗି ସେମାନେ କାର୍ଯ୍ୟ କରୁଥିବା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି

 

SR


(ରିଲିଜ ଆଡି: 2024850) ପରିଦର୍ଶକ କାଉଣ୍ଟର : 87