ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
କେନ୍ଦ୍ର ସଡ଼କ ଓ ରାଜପଥ ମନ୍ତ୍ରଣାଳୟର କାର୍ଯ୍ୟଭାର ଗ୍ରହଣ କଲେ ଶ୍ରୀ ନୀତିନ ଗଡ଼କରୀ
ଶ୍ରୀ ଅଜୟ ତାମଟା ଏବଂ ଶ୍ରୀ ହର୍ଷ ମଲହୋତ୍ରା ରାଷ୍ଟ୍ରମନ୍ତ୍ରୀ ଭାବରେ ନେଲେ ଦାୟିତ୍ୱ
Posted On:
12 JUN 2024 12:50PM by PIB Bhubaneshwar
ଶ୍ରୀ ନୀତିନ ଗଡ଼କରୀ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ସଡ଼କ ଓ ରାଜପଥ ମନ୍ତ୍ରଣାଳୟର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତାଙ୍କ ସହିତ ଶ୍ରୀ ଅଜୟ ତାମଟା ଏବଂ ଶ୍ରୀ ହର୍ଷ ମଲହୋତ୍ରା ରାଷ୍ଟ୍ରମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଶ୍ରୀ ଗଡ଼କରୀ ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ମୋଦୀ ୩.୦ରେ ପୁନର୍ବାର ସେହି ମନ୍ତ୍ରଣାଳୟ ଦାୟିତ୍ୱ ଅର୍ପଣ କରିଥିବାରୁ ତାଙ୍କ ପ୍ରତି ହୃଦୟର କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ବଳରେ ଭାରତରେ ଏବେ ବିଶ୍ୱସ୍ତରୀୟ ସାଧନ, ଆଧୁନିକ ଭିତ୍ତିଭୂମି ଉପଲବ୍ଧ ହୋଇପାରିଛି ।
ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ସଚିବ ଶ୍ରୀ ଅନୁରାଗ ଜୈନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓ ରାଷ୍ଟ୍ରମନ୍ତ୍ରୀ ଦ୍ୱୟ ଶ୍ରୀ ଅଜୟ ତାମଟା ଓ ଶ୍ରୀ ହର୍ଷ ମଲହୋତ୍ରାଙ୍କୁ ପରିବହନ ଭବନ ପରିସରରେ ସ୍ୱାଗତ କରିଥିଲେ ।

SS/DD
(Release ID: 2024683)
Visitor Counter : 60
Read this release in:
English
,
Urdu
,
Marathi
,
Hindi
,
Hindi_MP
,
Assamese
,
Bengali
,
Punjabi
,
Gujarati
,
Tamil
,
Malayalam