ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
ଅଭିନନ୍ଦନର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଆଲବାନିଜ୍ଙ୍କୁ ଧନ୍ୟବାଦ ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ
ଗୁରୁତ୍ୱପୂର୍ଣ୍ଣ କ୍ଷେତରେ ସହଭାଗୀତାର ସହିତ ମିଳିମିଶି କାର୍ଯ୍ୟ କରିବା ନିମନ୍ତେ ଉଭୟ ନେତା ପ୍ରକଟ କଲେ ପ୍ରତିବଦ୍ଧତା
प्रविष्टि तिथि:
06 JUN 2024 2:14PM by PIB Bhubaneshwar
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମହାମହୀମ ଆନ୍ଥୋନୀ ଆଲବାନିଜ୍ ଆଜି ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ନିର୍ବାଚନ ବିଜୟ ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜର ପ୍ରତ୍ୟୁତ୍ତରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କର ୨୦୨୩ ମସିହାର ଅଷ୍ଟ୍ରେଲିଆ ଗସ୍ତର ସ୍ମୃତି ରୋମନ୍ଥନ କରିଥିଲେ ଏବଂ ଗତବର୍ଷ ସେପ୍ଟେମ୍ବର ମାସରେ ଦିଲ୍ଲୀଠାରେ ଆୟୋଜିତ ଜି୨୦ ଶିଖର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଆଲବାନିଜ୍ଙ୍କ ହୋଇଥିବା ସାକ୍ଷାତ ଆଲୋଚନାକୁ ସ୍ମରଣ କରିଥିଲେ ।
ଉଭୟ ଦେଶ ମଧ୍ୟରେ ଥିବା ବ୍ୟାପକ ରଣନୀତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ମିଳିମିଶି କାର୍ଯ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଏବଂ ଏଥି ସହିତ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସକାଶେ ସହଭାଗୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଘେନି ମଧ୍ୟ ମିଳିତ ଭାବରେ କାର୍ଯ୍ୟ କରିବାକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।
SS
(रिलीज़ आईडी: 2023183)
आगंतुक पटल : 61
इस विज्ञप्ति को इन भाषाओं में पढ़ें:
Khasi
,
English
,
Urdu
,
Marathi
,
हिन्दी
,
Hindi_MP
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam