ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନଃ ନିର୍ବାଚିତ ହେବା ପରେ ଅଭିନନ୍ଦନ ଜଣାଇଲେ ନେଦରଲାଣ୍ଡ୍ସ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟେ
ଭାରତ ଏବଂ ନେଦରଲାଣ୍ଡସ୍ ମଧ୍ୟରେ ରହିଆସିଥିବା ବିଶେଷ ଏବଂ ମୂଲ୍ୟବାନ ସମ୍ପର୍କ ଉପରେ କଲେ ଗୁରୁତ୍ୱାରୋପ
ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ବ୍ୟକ୍ତ କଲେ ପ୍ରତିବଦ୍ଧତା
ପୋଷ୍ଟ କରାଯିବା ଦିନାଙ୍କ:
05 JUN 2024 10:12PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେଦରଲାଣ୍ଡସ୍ ପ୍ରଧାନମନ୍ତ୍ରୀ ମାନ୍ୟବର ମାର୍କ ରୁଟେଙ୍କ ଠାରୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ବାର୍ତ୍ତା ପ୍ରାପ୍ତ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶରେ ସଦ୍ୟ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସଫଳତା ହାସଲ କରିବା ଏବଂ ତୃତୀୟ ଥର ନିମନ୍ତେ ତାଙ୍କର ଏହି ଐତିହାସିକ ବିଜୟ ନିମନ୍ତେ ଶ୍ରୀ ରୁଟେ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ତାଙ୍କର ଏହି ଉଷ୍ମ ଶୁଭେଚ୍ଛା ବାର୍ତ୍ତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନେଦରଲାଣ୍ଡସ୍ ପ୍ରଧାନମନ୍ତ୍ରୀ ଶ୍ରୀ ରୁଟେଙ୍କୁ ଧନ୍ୟବାଦ ଜଣାଇବା ସହ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କ ରକ୍ଷା ଦିଗରେ ତାଙ୍କର ବ୍ୟକ୍ତିଗତ ନିଷ୍ଠାକୁ ଭୂୟସୀ ପ୍ରଶଂସା କରିଛନ୍ତି ।
ଦୁଇ ନେତା ଭାରତ ଓ ନେଦରଲାଣ୍ଡସ୍ ମଧ୍ୟରେ ଥିବା ବିଶେଷ ଏବଂ ସ୍ୱତନ୍ତ୍ର ସମ୍ପର୍କ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।
ଉଭୟ ଦେଶର ଜନସାଧାରଣଙ୍କ ସ୍ୱର୍ଥ ନିମନ୍ତେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ସେମାନେ ନିଜର ପ୍ରତିବଦ୍ଧତା ଜାରି ରଖିବେ ବୋଲି ଉଭୟ ଦେଶର ନେତା ସହମତ ହୋଇଛନ୍ତି ।
SS
(ରିଲିଜ ଆଡି: 2023155)
ପରିଦର୍ଶକ କାଉଣ୍ଟର : 102
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam