ନିର୍ବାଚନ ଆୟୋଗ

ସାଧାରଣ ନିର୍ବାଚନ ୨୦୨୪ - ମତଗଣନା ଦିନ ପ୍ରାପ୍ତ ହେବାକୁ ଥିବା ପ୍ରାରମ୍ଭିକ ଆକଳନ ଓ ପରିଣାମର ସୂଚନା

Posted On: 01 JUN 2024 7:44PM by PIB Bhubaneshwar

 

ଲୋକସଭା ସାଧାରଣ ନିର୍ବାଚନ-୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ବିଧାନସଭା ଓ ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ୪ ଜୁନ୍ ୨୦୨୪ (ମଙ୍ଗଳବାର) ସକାଳ ୮ଟାରୁ ଅନୁଷ୍ଠିତ ହେବ। ସିକିମ୍ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗଣତି ୨ ଜୁନ୍, ୨୦୨୪ (ରବିବାର) ସକାଳ ୬ଟାରୁ ଆରମ୍ଭ ହେବ। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ଡ. ସୁଖବୀର ସିଂହ ସାନ୍ଧୁଙ୍କ ସହ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଓ ରିଟର୍ଣ୍ଣିଂ ଅଫିସର (ଆରଓ)ଙ୍କ ସହ ଗଣତି ପାଇଁ ପ୍ରସ୍ତୁତି ର ସମୀକ୍ଷା କରିଥିଲେ।

ରିଟର୍ଣ୍ଣିଂ ଅଫିସର /ଅତିରିକ୍ତ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ବିଧାନସଭା ନିର୍ବାଚନ ମଣ୍ଡଳୀ ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ରେକର୍ଡ କରାଯାଇଥିବା ତଥ୍ୟ ଅନୁଯାୟୀ, ନିର୍ବାଚନ ଆୟୋଗ (ଇସିଆଇ) ୱେବସାଇଟରେ ୟୁଆରଏଲ https://results.eci.gov.in/ ଏବଂ ଭୋଟର ହେଲ୍ପଲାଇନ ଆପ୍, ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍‌ରେ ଗଣତିର ଟ୍ରେଣ୍ଡ ଏବଂ ଫଳାଫଳ ଉପଲବ୍ଧ ହେବ। ଭୋଟର ହେଲ୍ପଲାଇନ୍ ଆପ୍ କୁ ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ପ୍ଲେ ଷ୍ଟୋରରୁ ଡାଉନ୍ ଲୋଡ୍ କରାଯାଇପାରିବ। ଭୋଟର ହେଲ୍ପଲାଇନ୍ ଆପରୁ ଉପଲବ୍ଧ ଫିଲ୍ଟର୍ ବ୍ୟବହାର କରି ନିର୍ବାଚନ ମଣ୍ଡଳୀ ଅନୁଯାୟୀ କିମ୍ବା ରାଜ୍ୟଭିତ୍ତିକ ଫଳାଫଳ ସହିତ ଜିତିଥିବା/ ଅଗ୍ରଣୀ ହାସଲ କରିଥିବା କିମ୍ବା ପଛୁଆ ରହିଥିବା ପ୍ରାର୍ଥୀଙ୍କ ବିବରଣୀ ଜାଣି ହେବ । VHA ଡାଉନଲୋଡ୍ କରିବାକୁ ଲିଙ୍କ୍:

ଆଣ୍ଡ୍ରଏଡ୍‌: https://play.google.com/store/apps/details?id=com.eci.citizen&hl=en_US

ଆଇଓଏସ୍‌: https://apps.apple.com/in/app/voter-helpline/id1456535004

 

ରିଟର୍ଣ୍ଣିଂ ଅଧିକାରୀ ଓ ଗଣନା ଏଜେଣ୍ଟଙ୍କ ପାଇଁ ପୁସ୍ତିକା ଇସିଆଇର ୱେବସାଇଟରେ ଉପଲବ୍ଧ ରହିଛି ଯାହାର ଲିଙ୍କ ହେଉଛି ଯଥାକ୍ରମେ : https://tinyurl.com/yknwsu7r https://tinyurl.com/mr3cjwhe

 

ଭୋଟ୍ଗଣତି ପରିଚାଳନା, ଭୋଟ ଗଣତି ପ୍ରକ୍ରିୟା ଏବଂ ଇଭିଏମ୍/ଭିଭିପ୍ୟାଟ୍ ରଖିବା ପାଇଁ ଆୟୋଗଙ୍କ ବିସ୍ତୃତ ନିର୍ଦ୍ଦେଶନାମା ଇସିଆଇ ୱେବସାଇଟରେ ଉପଲବ୍ଧ ଅଛି, ଯାହାକୁ ନିମ୍ନ ଲିଙ୍କରେ ଆକସେସ୍ କରାଯାଇପାରିବ:

୧. ମତଗଣନା ବ୍ୟବସ୍ଥା: https://tinyurl.com/yxvm5ueh

୨. ଭୋଟ୍ଗଣତି ପ୍ରକ୍ରିୟା: https://tinyurl.com/2sdsjkc9

୩. ଇଭିଏମ୍/ଭିଭିପାଟ୍ ଷ୍ଟୋରେଜ୍: https://tinyurl.com/5hcnzrkc

ସିଇଓ/ଆରଓ/ଡିଇଓ ଦ୍ୱାରା ଟ୍ରେଣ୍ଡ ଏବଂ ଫଳାଫଳର ସ୍ଥାନୀୟ ପ୍ରଦର୍ଶନ ଡିଜିଟାଲ ଡିସପ୍ଲେ

ପ୍ୟାନେ ାଧ୍ୟମରେ ମଧ୍ୟ କରାଯାଇପାରିବ

 

*********

P.S.



(Release ID: 2022491) Visitor Counter : 99