ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଓଡ଼ିଶା ଉପକୂଳରେ ଏସ୍‌ୟୁ - ୩୦ ଏମକେ – ୧ରୁ ଆକାଶରୁ ଭୂପୃଷ୍ଠଗାମୀ କ୍ଷେପଣାସ୍ତ୍ର ରୁଦ୍ରମ୍ -୨ର ସଫଳ ପରୀକ୍ଷଣ କଲା ଡିଆରଡିଓ

ପୋଷ୍ଟ କରାଯିବା ଦିନାଙ୍କ: 29 MAY 2024 4:56PM by PIB Bhubaneswar

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ୨୦୨୪ ମଇ ୨୯ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଭାରତୀୟ ବାୟୁସେନାର ଏସ୍‌ୟୁ – ୩୦ ଏମକେ -୧ ପ୍ଲାଟଫର୍ମରୁ ଆକାଶରୁ ଭୂପୃଷ୍ଠଗାମୀ କ୍ଷେପଣାସ୍ତ୍ର ରୁଦ୍ରମ -୨ର ସଫଳ ପରୀକ୍ଷଣ କରିଛି । ଉଡ଼ାଣ - ପରୀକ୍ଷଣ ସମସ୍ତ ପରୀକ୍ଷଣ ଉଦ୍ଦେଶ୍ୟ ପୂରଣ କରିଥିଲା। ପ୍ରପଲ୍ସନ୍ ସିଷ୍ଟମ୍ ଓ ନିୟନ୍ତ୍ରଣ ଏବଂ ମାର୍ଗଦର୍ଶନ ଆଲଗୋରିଦମ୍‌କୁ ପ୍ରତିପାଦନ କରିଥିଲା । ଅନ୍‌ବୋର୍ଡ ଜାହାଜ ସମେତ ସମନ୍ୱିତ ପରୀକ୍ଷଣ ଘାଟି ଚାନ୍ଦିପୁର ଦ୍ୱାରା ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା ଇଲେକ୍ଟ୍ରୋ - ଅପ୍ଟିକାଲ ସିଷ୍ଟମ, ରାଡାର ଏବଂ ଟେଲିମେଟ୍ରି ଷ୍ଟେସନ ଭଳି ରେଞ୍ଜ ଟ୍ରାକିଂ ଉପକରଣ ଦ୍ୱାରା ସଂଗ୍ରହ କରାଯାଇଥିବା ଉଡାଣ ସମ୍ପର୍କିତ ତଥ୍ୟ ମାଧ୍ୟମରେ ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତା ପ୍ରମାଣିତ ହୋଇଛି ।

ରୁଦ୍ରମ୍ -୨ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ କଠିନ ସଂଚାଳିତ କ୍ଷେପଣାସ୍ତ୍ର ପ୍ରଣାଳୀ ଯାହା ଅନେକ ପ୍ରକାର ଶତ୍ରୁ ସମ୍ପତ୍ତିକୁ ବିଧ୍ୱଂସ କରିବା ପାଇଁ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପଣ ପାଇଁ ଉଦ୍ଦିଷ୍ଟ । ଡିଆରଡିଓର ବିଭିନ୍ନ ପରୀକ୍ଷାଗାର ଦ୍ୱାରା ବିକଶିତ ଅନେକ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳକୁ ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନ୍ତର୍ଭୁକ୍ତ କରାଯାଇଛି ।

ରୁଦ୍ରମ୍ -୨ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଡିଆରଡିଓ, ଭାରତୀୟ ବାୟୁସେନା ଏବଂ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳ ପରୀକ୍ଷଣ ସଶସ୍ତ୍ର ବାହିନୀ ପାଇଁ ଏକ ଶକ୍ତି ଗୁଣକ ଭାବରେ ରୁଦ୍ରମ୍ -୨ ବ୍ୟବସ୍ଥାର ଭୂମିକାକୁ ସୁଦୃଢ଼ କରିଛି ବୋଲି ସେ କହିଛନ୍ତି ।

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି କାମାତ ସଫଳ ଉଡ଼ାଣ ପରୀକ୍ଷଣରେ ଡିଆରଡିଓ ଗୋଷ୍ଠୀର ଅକ୍ଳାନ୍ତ ଉଦ୍ୟମ ଓ ଅବଦାନକୁ ପ୍ରଶଂସା କରିଛନ୍ତି ।

SSP


(ରିଲିଜ ଆଡି: 2022131) ପରିଦର୍ଶକ କାଉଣ୍ଟର : 222
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Bengali , Tamil , Telugu