ପ୍ରତିରକ୍ଷା ମନ୍ତ୍ରଣାଳୟ

ସାମୁଦ୍ରିକ ଝଡ଼ବାତ୍ୟା ରେମଲ: କେନ୍ଦ୍ରୀୟ ଓ ରାଜ୍ୟ ଏଜେନ୍ସିମାନଙ୍କ ମଧ୍ୟରେ ଭାରତୀୟ ତଟରକ୍ଷୀ ବାହିନୀର ଅପୂର୍ବ ଏବଂ ଅନୁକରଣୀୟ ସମନ୍ୱୟ ରକ୍ଷା


ପଶ୍ଚିମବଙ୍ଗ ଉପକୂଳରେ ଧନଜୀବନର ସାମାନ୍ୟତମ କ୍ଷୟକ୍ଷତି ରୋକିବାକୁ କଲେ ସୁନିଶ୍ଚିତ

Posted On: 28 MAY 2024 11:54AM by PIB Bhubaneshwar

 

ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଦ୍ୱାରା ଗମ୍ଭୀର ସାମୁଦ୍ରିକ ଝଡ଼ବାତ୍ୟା (ଏସସିଏସ) ‘ରେମଲ’ ଦ୍ୱାରା ଉତ୍ପନ୍ନ ସ୍ଥିତିକୁ ସଫଳତା ପୂର୍ବକ ମୁକାବିଲା କରିବାରେ କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରମାନଙ୍କ ଏଜେନ୍ସିଗୁଡ଼ିକ ମଧ୍ୟରେ ଅନୁକରଣୀୟ ସମନ୍ୱୟ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହି ତୋଫାନ ମେ ୨୨ ତାରିଖ ଦିନ ପଶ୍ଚିମ ବଙ୍ଗ ତଥା ବାଂଲାଦେଶ ଉପକୂଳ ଛୁଇଁବା ପୂର୍ବରୁ ତୀବ୍ର ବେଗରେ ଅତି ଗମ୍ଭୀର ଚକ୍ରବାତୀ ତୋଫାନର ରୂପ ଧାରଣ କରିଥିଲା ।

 

ଏହା ବ୍ୟତୀତ, ତଟରକ୍ଷକ କ୍ଷେତ୍ର (ପୂର୍ବୋତ୍ତର) ମୁଖ୍ୟାଳୟ ତୁରନ୍ତ ମୁକାବିଲାମୂଳକ ପଦକ୍ଷେପ ଗ୍ରହଣ ଆରମ୍ଭ କରିଥିଲା ଏବଂ ଏଥି ନିମନ୍ତେ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ଏବଂ ରାଜ୍ୟସ୍ତରର ଏଜେନ୍ସିମାନଙ୍କ ସହିତ ସମନ୍ୱୟ ରକ୍ଷାକୁ ସୁନିଶ୍ଚିତ କରିଥିଲା ଯାହାର ପରିଣାମ ସ୍ୱରୂପ ସମୁଦ୍ରରେ କୌଣସି ପ୍ରକାର ଧନଜୀବନ କ୍ଷୟକ୍ଷତି ଘଟି ନଥିଲା । ସେହିଭଳି ଏପରି ଗମ୍ଭୀର ସ୍ଥିତିକୁ ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରଣ କରାଯାଇଥିଲା । ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଚକ୍ରବାତୀ ଝଡ଼ବାତ୍ୟା ସୃଷ୍ଟି ହେବାକୁ ଦୃଷ୍ଟିରେ ରଖି ଏଭଳି ତୋଫାନ ସମୟରେ ବଡ଼ ବଡ଼ ବ୍ୟାବସାୟିକ ଅନୁଷ୍ଠାନ ଉପରେ ସତର୍କ ଦୃଷ୍ଟି ରଖାଯିବା ସହିତ ରଣନୀତିକ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସମସ୍ତ ଜାହାଜ, ବିମାନ ଏବଂ ଉପକୂଳ ଆଧାରିତ ସତର୍କ ପ୍ରଣାଳୀକୁ ମୁତୟନ କରାଯାଇଥିଲା । ହଳଦିଆ ଏବଂ ପାରାଦ୍ୱୀପ ନିକଟରେ ଥିବା ଭାରତୀୟ ତଟରକ୍ଷକ ବାହିନୀ ରିମୋଟ୍ ଅପରେଟିଂ ଷ୍ଟେସନ ଗୁଡ଼ିକରୁ ନିୟମିତ ଭାବେ ବାରମ୍ବାର ଲୋକମାନଙ୍କୁ ଚେତାବନୀ ବାର୍ତ୍ତା ପ୍ରସାରିତ କରାଯାଇଥିଲା ଏବଂ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ନୌକା ତଥା ଅନ୍ୟାନ୍ୟ ବ୍ୟାବସାୟିକ ଜାହାଜଗୁଡ଼ିକୁ ଏ ସଂପର୍କରେ ଆଗୁଆ ଅବଗତ କରାଯାଇଥିଲା ।

 

ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜାହାଜ ଅତି ଗମ୍ଭୀର ଚକ୍ରବାତୀ ତୋଫାନ ଉପକୂଳ ଛୁଇଁବା ସମୟକୁ ଆକଳନ କରି ତୁରନ୍ତ ପାରାଦୀପକୁ ଏହାର ଜାହାଜକୁ ପ୍ରେରଣ କରିଥିଲା । ଏହାତିରିକ୍ତ, ଦୁଇଟି ଡୋର୍ନିଅର୍ ବିମାନକୁ ଭୁବନେଶ୍ୱରରୁ ଉଡାଣ ଭରାଯାଇଥିଲା ଏବଂ ଉତ୍ତର ବଙ୍ଗଳାର ସମୁଦ୍ର ଉପରେ ସତର୍କ ଦୃଷ୍ଟି ରଖା ଯାଇଥିଲା ।

 

SS/DD



(Release ID: 2021999) Visitor Counter : 29