ଶକ୍ତି ମନ୍ତ୍ରଣାଳୟ

ପ୍ରତିଭା ବିକାଶ ପାଇଁ ଏନଟିପିସିକୁ ବିଶ୍ବସ୍ତରୀୟ ମାନ୍ୟତା, ଏଟିଡି ବେଷ୍ଟ୍ ଆଓ୍ବାର୍ଡ ୨୦୨୪ରେ ମିଳିଲା ତୃତୀୟ ସ୍ଥାନ


ଏନଟିପିସି ଗତ ୮ ବର୍ଷ ମଧ୍ଯରେ ଏହି ଆଓ୍ବାର୍ଡ ୭ ଥର ହାସଲ କରିଥିବା ଏକମାତ୍ର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ

Posted On: 22 MAY 2024 12:13PM by PIB Bhubaneshwar

ଏଟିଡି ବେଷ୍ଟ ଆଓ୍ବାର୍ଡ ୨୦୨୪ରେ ବିଶ୍ବସ୍ତରରେ ତୃତୀୟ ସ୍ଥାନ ହାସଲ କରି ଏନଟିପିସି ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍୍ଟ ହାସଲ କରିଛି ଏହା ସମସ୍ତ ଭାରତୀୟ କମ୍ପାନୀମାନଙ୍କ ମଧ୍ଯରେ ସର୍ବୋଚ୍ଚ ମାନ୍ୟତା ଗତ ବର୍ଷ ମଧ୍ଯରେ ଏନ୍ଟିପିସି ହେଉଛି ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯିଏ ଏହି ସମ୍ମାନଜନକ ଆଓ୍ବାର୍ଡ ଥର ହାସଲ କରିଛି ୨୦ ମେ ୨୦୨୪ରେ ଆମେରିକାର ନୁ୍ୟ ଅର୍ଲିଅନ୍ସଠାରେ ଅନୁଷ୍ଠିତ ଏକ ସମାରୋହରେ ଏନଟିପିସିର ସିଜିଏମ୍ (ଷ୍ଟ୍ରାଟେଜିକ ଏଚ୍ଆର୍ ଆଣ୍ଡ୍ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ) ଶ୍ରୀମତି ରଚନା ସିଂ ଭାଲ୍ ଏହି ସମ୍ମାନ ଗ୍ରହଣ କରିଥିଲେ

ଆମେରିକାର ଆସୋସିଏସନ୍ ଫର ଟ୍ୟାଲେଣ୍ଟ ଡେଭଲପମେଣ୍ଟ (ଏଟିଡି) ଦ୍ବାରା ପ୍ରତିଷ୍ଠିତ ଏଟିଡି ବେଷ୍ଟ ଆଓ୍ବାର୍ଡବିଶ୍ବସ୍ତରରେ ଶିକ୍ଷା ବିକାଶ (ଏଲ୍ଆଣ୍ଡଡି) କ୍ଷେତ୍ରରେ ଅନ୍ୟତମ ସମ୍ମାନଜନକ ମାନ୍ୟତା ଏହା ସେହି ସଂଗଠନମାନଙ୍କୁ ସମ୍ମାନିତ କରିଥାଏ ଯିଏ, ପ୍ରତିଭା ବିକାଶକୁ ଏକ ରଣନୈତିକ ବ୍ୟବସାୟ ଉପକରଣ ଭାବରେ ବ୍ୟବହାର କରେ ଏବଂ ପ୍ରଭାବଶାଳୀ କର୍ମଚାରୀ ବିକାଶ ଅଭ୍ୟାସ ମାଧ୍ଯମରେ ଉଦ୍ୟୋଗବ୍ୟାପୀ ସଫଳତା ହାସଲ କରିଥାଏ କୁହାଯାଏ େଯ, ଏହି ର୍ୟାକିଂ ଉଚ୍ଚ ଅଖଣ୍ଡତା ଏବଂ ବିଶ୍ବସ୍ତରୀୟ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଦ୍ବାରା ପରିଚାଳିତ ଏକ କଠୋର ମୂଲ୍ୟାଙ୍କନ ପ୍ରକ୍ରିୟା ମାଧ୍ଯମରେ ନିର୍ଣ୍ଣୟ କରାଯାଏ

ଏହି ସଫଳତା ଅନ୍ର୍ତଜାତୀୟ ସ୍ତରରେ ମାନବ ସମ୍ବଳ କ୍ଷେତ୍ରରେ ଏନଟିପିସିର ଅସାଧାରଣ କାର୍ଯ୍ୟଦକ୍ଷତାକୁ ଦର୍ଶାଉଛି ଏହି ଏଟିଡି ବେଷ୍ଟ ଆଓ୍ବାର୍ଡ ଏନଟିପିସିର ଶିକ୍ଷା ଏବଂ ବିକାଶ ଅଭ୍ୟାସ ନିରନ୍ତର ଉକ୍ରର୍ଷତା କ୍ଷେତ୍ରରେ ଏକ ପ୍ରମାଣପତ୍ର କମ୍ପାନୀ ଶିକ୍ଷା ବିକାଶ କ୍ଷେତ୍ରରେ ଏକ କେନ୍ଦ୍ରୀତ ଦୃଷ୍ଟିକୋଣ ଗ୍ରହଣ କରିବା ସହ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ଶିଳ୍ପ ମାନଦଣ୍ଡ ସ୍ଥିର କରିବା, ଶିକ୍ଷାର ସୁେଯାଗକୁ ସୁଗମ କରିବା ତଥା ନିରନ୍ତର ଶିକ୍ଷା ସଂସ୍କୃତିର ବିକାଶ କରିଛି

SR



(Release ID: 2021332) Visitor Counter : 21