ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ପୁଣେରେ ଷଷ୍ଠ କମାଣ୍ଡାଣ୍ଟ ସମ୍ମିଳନୀ ଅନୁଷ୍ଠିତ


କନକ୍ଲେଭରେ ଭାରତୀୟ ସଶସ୍ତ୍ର ବାହିନୀର ଭବିଷ୍ୟତ ସୈନ୍ୟବଳଙ୍କ ବ୍ୟକ୍ତିତ୍ଵ ନିର୍ମାଣରେ ପ୍ରତିରକ୍ଷା ରଣନୀତି ଉପରେ ବିଚାର ବିମର୍ଶ

प्रविष्टि तिथि: 07 MAY 2024 4:47PM by PIB Bhubaneshwar

ପୁଣେସ୍ଥିତ ମିଲିଟାରି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ମୁଖ୍ୟାଳୟ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ତତ୍ତ୍ୱାବଧାନରେ କମାଣ୍ଡାଣ୍ଟ୍ କନ୍ କ୍ଲେଭ୍ ରଷଷ୍ଠ ସଂସ୍କରଣ ମେ ୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ସଶସ୍ତ୍ର ବାହିନୀ ପ୍ରଶିକ୍ଷଣ ଅନୁଷ୍ଠାନ ଏବଂ ଯୁଦ୍ଧ ମହାବିଦ୍ୟାଳୟର କମାଣ୍ଡାଣ୍ଟଏବଂ ସଶସ୍ତ୍ର ବାହିନୀର ଅନ୍ୟ ବରିଷ୍ଠ ନେତୃବୃନ୍ଦ ମାନେ ଏହି ସମ୍ମିଳନୀରେ ଯୋଗ ଦେଇ ଭାରତୀୟ ସଶସ୍ତ୍ର ବାହିନୀର ଭବିଷ୍ୟତ ନେତୃବୃନ୍ଦଙ୍କୁ ପୋଷଣ କରିବାରେ ଭବିଷ୍ୟତ ପ୍ରତିରକ୍ଷା ରଣନୀତି ପାଇଁ ମାର୍ଗ ନିର୍ଦ୍ଧାରଣ ଉପରେ ବିଚାର ବିମର୍ଶ କରିଥିଲେ ।

ପୁଣେର ଏମଆଇଆଇଟିରେ ବରିଷ୍ଠ ନେତୃବୃନ୍ଦ ଏକାଠି ହୋଇ ଭାବବିନିମୟ କରିଥିଲେ, ଅନୁଷ୍ଠାନଗୁଡ଼ିକରେ ସର୍ବୋତ୍ତମ ଅଭ୍ୟାସଗୁଡିକୁବାଣ୍ଟିଥିଲେ ଏବଂ ଭବିଷ୍ୟତରେ ପ୍ରସ୍ତୁତ ସେନା ଗଠନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ଐତିହାସିକ ଘଟଣା ବିକଶିତ ବୈଶ୍ୱିକ ଆହ୍ୱାନର ମୁକାବିଲା ରେ ନିରନ୍ତର ଉନ୍ନତି, ଉଦ୍ଭାବନ ଏବଂ ସହଯୋଗ ପାଇଁ ଭାରତୀୟ ସଶସ୍ତ୍ର ବାହିନୀର ପ୍ରତିବଦ୍ଧତାକୁ ଦର୍ଶାଏ । ସଶସ୍ତ୍ର ବାହିନୀର ଭବିଷ୍ୟତ ନେତାମାନଙ୍କୁ ପ୍ରଶିକ୍ଷଣ ଦେବାରେ ଶିକ୍ଷାର ଯୁଗ୍ମ ସଂସ୍କୃତି କୁ ପ୍ରୋତ୍ସାହିତ କରିବା ଏବଂ ନୂତନ ଜ୍ଞାନକୌଶଳ ଗ୍ରହଣ କରିବା ଉପରେ ଖୋଲା ଆଲୋଚନା କରଯାଇଥିଲା  ଏବଂ ଆଲୋଚନାରେ ସାମିଲ ହେବା ପାଇଁ ଏହି ସମ୍ମିଳନୀ ଏଏଫ୍ଟିଆଇର କମାଣ୍ଡାଣ୍ଟ ଏବଂ ନିଷ୍ପତ୍ତି ଗ୍ରହଣକାରୀମାନଙ୍କ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା ।

ଏହି ସମ୍ମିଳନୀରେ ଉଦ୍ଭାବନ, ବୈଷୟିକ ଉନ୍ନତି ଏବଂ ଏଫଟିଆଇରେ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ସୁନିଶ୍ଚିତ କରିବା ପାଇଁ ଅନୁଷ୍ଠାନର ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଉପଯୋଗ କରିବା ପାଇଁ ରଣନୈତିକ-ସ୍ଥିରତା, ବୈଷୟିକ ଉନ୍ନତି, ମାନବ ପୁଞ୍ଜି ବିକାଶ, ଆନ୍ତଃକାର୍ଯ୍ୟଦକ୍ଷତା ଏବଂ ମିଳିତତା ଉପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା ।

*****

 


(रिलीज़ आईडी: 2020042) आगंतुक पटल : 93
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Tamil , Telugu