ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ସିଆଇଏସସିଇ ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୪ ପରୀକ୍ଷା ଫଳାଫଳ ଡିଜିଲକର୍ ମାଧ୍ଯମରେ ଘୋଷଣା ଏବଂ ସାର୍ଟିଫିକେଟ୍ ଓ ମାର୍କସିଟ୍ ଉପଲବ୍ଧ

Posted On: 07 MAY 2024 9:39AM by PIB Bhubaneshwar

କାଉନ୍ସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେସନ୍ସ୍(ସିଆଇଏସ୍ଇସି), ଏକ ଅଗ୍ରଗାମୀ ଡିଜିଟାଲ୍ ପ୍ରସାରଣ ପଦକ୍ଷେପଭିତ୍ତିରେ ଡିଜିଲକର୍ ପ୍ଲାଟଫର୍ମ ମାଧ୍ଯମରେ ୨୦୨୪ ପାଇଁ ଆଇସିଏସ୍ଇ(ଦଶମ ଶ୍ରେଣୀ) ଏବଂ ଆଇଏସ୍ସି (ଦ୍ବାଦଶ ଶ୍ରେଣୀ) ପରୀକ୍ଷାଫଳାଫଳକୁ ଡିଜିଟାଲ୍ ମାଧ୍ଯମରେ ଘୋଷଣା କରିବା ପାଇଁ ଡିଜିଲକର୍ପ୍ଲାଟଫର୍ମର ସହାୟତା ନେଇଛି। ଅତିରିକ୍ତ ଭାବରେ ସିଆଇଏସସିଇଡିଜିଲକର୍ ମାଧ୍ଯମରେ ସାର୍ଟିଫିକେଟ୍ ଓ ମାର୍କସିଟ୍ ଉପଲବ୍ଧକରାଇଲା। ଚଳିତ ବର୍ଷ ଆଇସିଏସ୍ଇ ପାଇଁ ମୋଟ୍ ୨,୪୩,୬୧୭ ଜଣଛାତ୍ରଛାତ୍ରୀ ଉପସ୍ଥିତ ହୋହଇଥିବା ବେଳେ ଆଇଏସ୍ସି ପାଇଁ ୯୯,୯୦୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

୩.୪୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏବେ ଫଳାଫଳ ଘୋଷଣା ହେବାପରେ ତୁରନ୍ତ ଡିଜିଲକରରେ ସିଆଇଏସ୍ସିଇ ଦ୍ବାରା ପ୍ରଦାନକରାଯାଇଥିବା ନିଜର ଶିକ୍ଷାଗତ ପ୍ରମାଣପତ୍ର ଯଥା ସାର୍ଟିଫିକେଟ୍ ଏବଂମାର୍କସିଟ୍ ନିରନ୍ତର ଭାବରେ ହାସଲ କରିପାରିବେ।

୨୦୨୪ରେ ଆଇସିଏସ୍ଇର ସାମଗ୍ରିକ ପାସ୍ ହାର ୯୯.୪୭ ପ୍ରତିଶତଥିଲା। ବାଳକମାନଙ୍କ ତୁଳନାରେ ବାଳିକାମାନେ ଭଲ ପ୍ରଦର୍ଶନକରିଥିଲେ। ବାଳିକାମାନଙ୍କର ପାସ୍ ହାର ୯୯.୬୫ ପ୍ରତିଶତଥିବାବେଳେ ବାଳକମାନଙ୍କର ୯୯.୩୧ ପ୍ରତିଶତ ଥିଲା। ଆଇଏସ୍୍ସିପରୀକ୍ଷାରେ ୯୮.୧୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେବାଳିକାମାନେ ବାଳକମାନଙ୍କ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି।ବାଳିକାମାନଙ୍କ ପାସ୍ ହାର ୯୮.୯୨ ପ୍ରତିଶତ ଥିବା ବେଳେବାଳକମାନଙ୍କର ୯୭.୫୩ ପ୍ରତିଶତ ଥିଲା।

ଡିଜିଲକର୍ ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପର ଏକ ପ୍ରମୁଖ ପ୍ଲାଟ୍ଫର୍ମ। ଏହାବୋର୍ଡ, ବିଶ୍ବବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ବାରା ଡିଜିଟାଲ୍ଫର୍ମାଟରେ ଶିକ୍ଷାଗତ ପ୍ରମାଣପତ୍ର ପ୍ରଦାନ ତଥା ପ୍ରବେଶ ପାଇଁ ଏକନିରାପଦ, ବିଶ୍ବସ୍ତ ତଥା ପରିବେଶ ଅନୁକୂଳ ସମାଧାନ ପ୍ରଦାନ କରିଏହି ଯୁଗାନ୍ତକାରୀ ପଦକ୍ଷେପକୁ ସାକାର କରିଛି।

ମୁଖ୍ୟ ଆକର୍ଷଣ : 

-​ସମଗ୍ର ଭାରତ ତଥା ବିଦେଶରେ ୨,୪୨,୩୨୮ ଛାତ୍ରଛାତ୍ରୀ ଆଇସିଏସ୍ଇ ପାସ୍ କରିଥିବା ବେଳେ, ୯୮,୦୮୮ ଆଇଏସ୍ସି ଉତ୍ତୀର୍ଣ୍ଣହୋଇଛନ୍ତି।

-​ଡିଜିଲକର୍ରେ ସାର୍ଟିଫିକେଟ୍ ଓ ମାର୍କସିଟ୍ ଡିଜିଟାଲ୍ ଫର୍ମାଟରେତୁରନ୍ତ ଉପଲବ୍ଧ।

-​ଛାତ୍ରଛାତ୍ରୀମାନେ ସେମାନଙ୍କର ଡିଜିଟାଲ୍ ପ୍ରମାଣପତ୍ରେଯକୌଣସି ସମୟରେ ଏବଂ େଯକୌଣସି ସ୍ଥାନରେ ଆକ୍ସେସ୍କରିପାରିବେ।

ସିଆଇଏସ୍ସିଇର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସଚିବ ଡ. ଜୋସେଫ୍ଇମାନୁଏଲ୍ ଘୋଷଣା କରିଛନ୍ତି େଯ, ପରୀକ୍ଷା ଫଳାଫଳ ଏବେଡିଜିଲକର୍ ଏବଂ ସିଆଇଏସସିଇ େଓ୍ବବ୍ସାଇଟରେ ଉପଲବ୍ଧ। ଏଥିସହସେ ଡିଜିଲକର୍ ପ୍ଲାଟ୍ଫର୍ମରେ ଶିକ୍ଷାଗତ ପ୍ରମାଣପତ୍ର ଉପଲବ୍ଧ କରିବାଉପରେ ମଧ୍ଯ ଆଲୋଚନା କରିଥିଲେ।

 

SR



(Release ID: 2019863) Visitor Counter : 25