ପୋଷ୍ଟ କରାଯିବା ଦିନାଙ୍କ:
03 MAY 2024 3:45PM by PIB Bhubaneswar
ଭାରତର ପ୍ରତିରକ୍ଷା ସଚିବ ଶ୍ରୀ ଗିରିଧର ଅରମାନେ ଏବଂ ଇଣ୍ଡୋନେସିଆର ପ୍ରତିରକ୍ଷାମନ୍ତ୍ରଣାଳୟର ମହାସଚିବ ଏୟାର ମାର୍ଶାଲ ଡୋନି ଏର୍ମାୱାନ୍ ତୌଫାଣ୍ଟୋ, ଏମଡିଏସଙ୍କ ସହ ଅଧ୍ୟକ୍ଷତାରେ ୩ ମେ’ ୨୦୨୪ରେ ନୂଆଦିଲ୍ଲୀ ଠାରେ ସପ୍ତମଭାରତ - ଇଣ୍ଡୋନେସିଆ ଯୁଗ୍ମ ପ୍ରତିରକ୍ଷା ସହଯୋଗ ସମିତି (ଜେଡିସିସି) ବୈଠକଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷାକ୍ଷେତ୍ରରେ ସହଯୋଗର ବ୍ୟାପକ ପରିସରକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରତିରକ୍ଷା ସହଯୋଗର କାର୍ଯ୍ୟକାରୀ ଗୋଷ୍ଠୀ ଏବଂ ପ୍ରତିରକ୍ଷା ଉଦ୍ୟୋଗ ସହଯୋଗବୈଠକରେ ବିଚାରବିମର୍ଶ ହୋଇଥିବା ବିଭିନ୍ନ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗପଦକ୍ଷେପର ଅଗ୍ରଗତି ଉପରେ ମଧ୍ୟ ସହ- ଅଧ୍ୟକ୍ଷମାନେ ସମୀକ୍ଷା କରିଥିଲେ ।
ଏହା ସହିତ, ବିଶେଷ କରି ପ୍ରତିରକ୍ଷା ଉଦ୍ୟୋଗ ସମ୍ପର୍କ, ସାମୁଦ୍ରିକ ନିରାପତ୍ତା ଏବଂବହୁପାକ୍ଷିକ ସହଯୋଗ କ୍ଷେତ୍ରରେ ସହଯୋଗର ବିଦ୍ୟମାନ କ୍ଷେତ୍ରଗୁଡ଼ିକୁ ବୃଦ୍ଧି କରିବାପାଇଁ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଉପାୟ ଚିହ୍ନଟ କରିଥିଲେ ।
ଏହି ଗସ୍ତ ସମୟରେ , ମହାସଚିବ ନୂଆଦିଲ୍ଲୀସ୍ଥିତ ଡିଆରଡିଓ ମୁଖ୍ୟାଳୟ ସହପୁଣେରେ ଥିବା ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଏବଂ ଏଲ୍ ଆଣ୍ଡ୍ ଟି ଡିଫେନ୍ସ ଫାସିଲିଟିଜ୍ପରିଦର୍ଶନ କରିଥିଲେ । ସେ ଭାରତ ଫୋର୍ଜ, ମହିନ୍ଦ୍ରା ଡିଫେନ୍ସ ଆଣ୍ଡ ମଝଗାଓଁ ଡକ୍ସିପ୍ବିଲ୍ଡର୍ସ ଲିମିଟେଡ୍ ଭଳି ଅନ୍ୟ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗ ସହଯୋଗୀଙ୍କ ସହଆଲୋଚନା କରିବା ସହ ଗବେଷଣା ଓ ମିଳିତ ଉତ୍ପାଦନ କ୍ଷେତ୍ରରେ ସହଯୋଗମାଧ୍ୟମରେ ପ୍ରତିରକ୍ଷା ଉଦ୍ୟୋଗର ଦକ୍ଷତା ବୃଦ୍ଧି ଉପରେ ଆଲୋଚନା କରିଥିଲେ । ଗସ୍ତ ସମୟରେ ସେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନଙ୍କୁ ମଧ୍ୟଭେଟିଥିଲେ ।
ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ମହାସଚିବ ୨୦୨୪ ମେ’ ମାସ ୦୨ ରୁ୦୪ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି । ସେ ନୂଆଦିଲ୍ଲୀର ଜାତୀୟ ଯୁଦ୍ଧସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସହିଦ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣକରିଥିଲେ ।
ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଏକ ବ୍ୟାପକ ରଣନୈତିକ ଭାଗିଦାରୀ ରହିଛିଏବଂ ଏହା ଭାରତ - ପ୍ରଶାନ୍ତ ମହାସାଗରର ଏକ ଭାଗୀଦାର ଦୃଷ୍ଟିକୋଣରେ ପହଞ୍ଚିଛି। ସାମ୍ପ୍ରତିକ ସମୟରେ, ଏହି ଭାଗିଦାରୀ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ କ୍ଷେତ୍ରରେଘନିଷ୍ଠ ସହଯୋଗ ଦ୍ୱାରା ପରିଚିତ, ଯେଉଁଥିରେ ବାରମ୍ବାର ଉଚ୍ଚସ୍ତରୀୟ ଆଲୋଚନାଅନ୍ତର୍ଭୁକ୍ତ । ଇଣ୍ଡୋନେସିଆ ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ ଭାରତ - ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ।
***
SSP