ପ୍ରତିରକ୍ଷା ମନ୍ତ୍ରଣାଳୟ

ଆଇସିଜି ଏବଂ ଏଟିଏସ ଗୁଜରାଟ ଦ୍ୱାରା ଭାରତୀୟ ମାଛଧରା ବୋଟରୁ ୧୭୩ କିଲୋଗ୍ରାମ ଓଜନର ଚୋରା ମାଦକଦ୍ରବ୍ୟ ଜବତ

Posted On: 29 APR 2024 5:00PM by PIB Bhubaneshwar

ଏକ ସମନ୍ୱିତ ପ୍ରୟାସ ମାଧ୍ୟମରେ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ (ଏଟିଏସ) ପକ୍ଷରୁ  ଆରବ ସାଗରରୁ ଭାରତୀୟ ମାଛଧରା ବୋଟରୁ ୧୭୩ କିଲୋଗ୍ରାମ ଚୋର ମାଦକଦ୍ରବ୍ୟ ଜବତ କରିବା ସହିତ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି

 

ଏଟିଏସ ଗୁଜରାଟ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦିଷ୍ଟ ଏବଂ ନିର୍ଭରଯୋଗ୍ୟ ଗୁଇନ୍ଦା ସୂଚନା ଆଧାରରେ ଆଇସିଜି ରଣନୀତିକ କାର୍ଯ୍ୟପନ୍ଥା ଗ୍ରହଣ ପୂର୍ବକ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରଣ କରି ସନେ୍ଦହରେ ଏହି ମାଛଧରା ବୋଟକୁ ଅଟକାଇଥିଲା ପରବର୍ତ୍ତୀ ସମୟରେ ଏହି ବୋଟକୁ ତନଖି କରିବା ପରେ ଗୁଇନ୍ଦା ରିପୋର୍ଟ ସତ୍ୟ ବୋଲି ପ୍ରମାଣିତ ହୋଇଥିଲା ଏବଂ ଏହି ମାଛଧରା ବୋଟ, ଚୋରା ମାଦକଦ୍ରବ୍ୟ ଜବତ କରିବା ସହିତ ଏଭଳି ଚୋରା ମାଦକଦ୍ରବ୍ୟ କାରବାର ସହିତ ଜଡ଼ିତ ଦୁଇଜଣଙ୍କୁ ଗିରଫ କରିଛି ଏହି କାରବାର ସହିତ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରି ରହିଛି

 

ଗତ ତିନିବର୍ଷ ମଧ୍ୟରେ ଆଇସିଜି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନର ଏହା ଦ୍ୱାଦଶତମ ଚୋରା ମାଦକଦ୍ରବ୍ୟ ଜବତ ଏହା ମଧ୍ୟରେ ନିକଟରେ ଏକ ପାକିସ୍ତାନୀ ମାଛଧରା ବୋଟରୁ ବିପୁଳ ପରିମାଣର ଚୋର ମାଦକ ଦ୍ରବ୍ୟ ଜବତ ସାମିଲ ଯାହା ସମୁଦ୍ର ପଥରେ ଦେଶ ମଧ୍ୟକୁ ଚୋର ମାଦକ ଦ୍ରବ୍ୟ କାରବାରକୁ ରୋକିବା ନିମନ୍ତେ ଉଭୟ ଗୁଇନ୍ଦା ଏଜେନ୍ସିଙ୍କ ସକ୍ରିୟତାକୁ ପ୍ରମାଣିତ କରେ

SS/DD

 



(Release ID: 2019210) Visitor Counter : 46