ରାଷ୍ଟ୍ରପତିଙ୍କ ସଚିବାଳୟ

କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ ଥେରାପିର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି


ସୁଲଭ ଓ ସହଜରେ ଉପଲବ୍ଧ କାର୍-ଟି ସେଲ୍ ଥେରାପି ସମଗ୍ର ମାନବଜାତି ପାଇଁ ଏକ ନୂଆ ଆଶା ସୃଷ୍ଟି କରୁଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Posted On: 04 APR 2024 2:03PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଏପ୍ରିଲ ୪, ୨୦୨୪) ଆଇଆଇଟି ବମ୍ବେରେ କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ଥେରାପିର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତର ପ୍ରଥମ ଜିନ୍ ଥେରାପିରଶୁଭାରମ୍ଭ କ୍ୟାନସର ବିରୋଧରେ ଆମର ଲଢ଼େଇରେ ଏକ ବଡ଼ ସଫଳତା।"ସିଏଆର-ଟି ସେଲ୍ ଥେରାପି" ନାମକ ଏହି ଚିକିତ୍ସା ପଦ୍ଧତି ସୁଲଭ ଏବଂ ସହଜରେ ଉପଲବ୍ଧ ହୋଇଥିବାରୁ ଏହା ସମଗ୍ର ମାନବଜାତି ପାଇଁ ଏକ ନୂତନ ଆଶା ପ୍ରଦାନକରିଥାଏ । ଏହା ଅଗଣିତ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସଫଳ ହେବ ବୋଲିସେ ବିଶ୍ୱାସ ପ୍ରକଟ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ସିଏଆର୍-ଟି ସେଲ୍ ଥେରାପି ଚିକିତ୍ସା ବିଜ୍ଞାନରେ ସବୁଠାରୁଅଭୂତପୂର୍ବ ଅଗ୍ରଗତି ବୋଲି ବିବେଚନା କରାଯାଏ । ବିକଶିତ ଦେଶମାନଙ୍କରେ ଏହାକିଛି ଦିନ ହେବ ଉପଲବ୍ଧ ହେଉଛି, କିନ୍ତୁ ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ବିଶ୍ୱରଅଧିକାଂଶ ରୋଗୀ ଏହାକୁ ଉପଲବ୍ଧ କରିବା ସମ୍ଭବ ନୁହେଁ। ଆଜି ଆରମ୍ଭ ହେଉଥିବାଥେରାପି ବିଶ୍ୱର ସବୁଠାରୁ ସୁଲଭ ସିଏଆର୍-ଟି ସେଲ୍ ଥେରାପି ବୋଲି ସେ ଖୁସିବ୍ୟକ୍ତ କରିଛନ୍ତି। ଏହା ମଧ୍ୟ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନର ଏକ ଉଦାହରଣ ବୋଲିସେ କହିଛନ୍ତି। 'ଆତ୍ମନିର୍ଭର ଭାରତ'ର ଏହା ଏକ ଜ୍ୱଳନ୍ତ ଉଦାହରଣ ।

ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ, ବମ୍ବେ ଏବଂ ଟାଟା ମେମୋରିଆଲ ହସ୍ପିଟାଲଏବଂ ଶିଳ୍ପ ଅଂଶୀଦାର ଇମ୍ୟୁନୋଆକ୍ଟ ସହଯୋଗରେ ଭାରତର ପ୍ରଥମ ସିଏଆର୍-ଟିସେଲ୍ ଥେରାପି ବିକଶିତ ହୋଇଛି ବୋଲି ରାଷ୍ଟ୍ରପତି ଆନନ୍ଦିତ ହୋଇଥିଲେ। ସେକହିଛନ୍ତି ଯେ ଏହା ଶିକ୍ଷା-ଶିଳ୍ପ ଭାଗିଦାରୀର ଏକ ପ୍ରଶଂସନୀୟ ଉଦାହରଣ, ଯାହାଆହୁରି ଅନେକ ଏହିପରି ପ୍ରୟାସକୁ ପ୍ରେରଣା ଦେବା ଉଚିତ୍ ।

ରାଷ୍ଟ୍ରପତି କହିଥିଲେ ଯେ ଆଇଆଇଟି ବମ୍ବେ କେବଳ ଭାରତରେ ନୁହେଁ ବରଂ ସମଗ୍ରବିଶ୍ୱରେ ପ୍ରଯୁକ୍ତି ବିଦ୍ୟା ଶିକ୍ଷାର ଏକ ମଡେଲ ଭାବରେ ପ୍ରସିଦ୍ଧ । ସିଏଆର୍-ଟି ସେଲ୍ଥେରାପିର ବିକାଶରେ ଟେକ୍ନୋଲୋଜିକୁ କେବଳ ମାନବିକତାର ସେବାରେନିୟୋଜିତ କରାଯାଉନାହିଁ, ବରଂ ଅନ୍ୟ କ୍ଷେତ୍ରର ପ୍ରତିଷ୍ଠିତ ଅନୁଷ୍ଠାନ ତଥା ଶିଳ୍ପ ସହଭାଗିଦାରୀ କରାଯାଇଛି। ଗତ ତିନି ଦଶନ୍ଧି ଧରି ଆଇଆଇଟି, ବମ୍ବେ ଗବେଷଣା ଏବଂବିକାଶ ଉପରେ ଯେଉଁ ଧ୍ୟାନ ଦେଇଛି ତାହା ଦ୍ୱାରା ଏହା ସମ୍ଭବ ହୋଇଛି । ସେକହିଥିଲେ ଯେ ଆଇଆଇଟି ବମ୍ବେ ଏବଂ ଅନ୍ୟାନ୍ୟ ଅନୁରୂପ ଅନୁଷ୍ଠାନର ଅଧ୍ୟାପକଏବଂ ଛାତ୍ରଛାତ୍ରୀଙ୍କ ଜ୍ଞାନ ଭିତ୍ତିଭୂମି ଏବଂ ଦକ୍ଷତା ଦ୍ୱାରା ଭାରତ ବର୍ତ୍ତମାନ ଚାଲିଥିବାବୈଷୟିକ ବିପ୍ଳବରୁ ବହୁତ ଉପକୃତ ହେବ ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

 

BS



(Release ID: 2017193) Visitor Counter : 145