ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମାର୍ଚ୍ଚ ୧୪ ତାରିଖ ଦିନ ପିଏମ ସ୍ୱନିଧି ହିତାଧିକାରୀମାନଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ


ଏହି ଯୋଜନା ଅଧୀନରେ ୧ ଲକ୍ଷ ରାସ୍ତାକଡ଼ ବୁଲାବିକଳାୀଙ୍କୁ ବଣ୍ଟନ କରିବେ ଋଣ

ଦିଲ୍ଲୀ ମେଟ୍ରୋ ଫେଜ୍ -୪ର ଦୁଇଟି ଅତିରିକ୍ତ କରିଡୋରର ଆଧାରଶିଳା ରଖିବେ ପ୍ରଧାନମନ୍ତ୍ରୀ

ଏହିସବୁ କରିଡୋର ଲଜପତ ନଗରଠାରୁ ସାକେତ-ଜି ବ୍ଲକ୍ ଏବଂ ଇନ୍ଦରଳେଶାକ ଠାରୁ ଇନ୍ଦ୍ରପ୍ରସ୍ଥ ପର୍ଯ୍ୟନ୍ତ ନିର୍ମାଣ କରାଯିବ

Posted On: 13 MAR 2024 7:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୪ ତାରିଖ ଦିନ ଅପରାହ୍ନ ୫ଟାବେଳେ ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡ଼ିୟମ୍‌ଠାରେ ପିଏମ ସ୍ୱନିଧି ହିତାଧିକାରୀମାନଙ୍କୁ ସମ୍ବୋଧିତ କରିବେ । ଏହି ଅବସରରେ ସେ ଦେଶର ୧ ଲକ୍ଷ ରାସ୍ତାକଡ଼ ବୁଲାବିକାଳୀଙ୍କୁ ପିଏମ ସ୍ୱନିଧି ଋଣ ବଣ୍ଟନ କରିବେ ଏବଂ ସେଥି ମଧ୍ୟରେ ଦିଲ୍ଲୀର ୫,୦୦୦ ସ୍ୱନିଧି ରାସ୍ତାକଡ଼ ବୁଲାବିକାଳୀ ସାମିଲ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦିଲ୍ଲୀ ମେଟ୍ରୋ ଫେଜ୍ -୪ର ଦୁଇଟି ଅତିରିକ୍ତ କରିଡୋରର ଆଧାରଶିଳା ରଖିବେ ।

ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଆଧାରରେ ଦେଶର ସଂଖ୍ୟାଲଘୁ ବର୍ଗର ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ପିଏମ ସ୍ୱନିଧି ଯୋଜନା ବୈଶ୍ୱିକ ମହାମାରୀ ସମୟରେ ଆର୍ଥିକ ସଂକଟ ସମୟରେ ୨୦୨୦ ମସିହା ଜୁନ୍ ୧ ତାରିଖ ଦିନ ଶୁଭାରମ୍ଭ କରାଯାଇଥିଲା । ସମାଜର ଅବହେଳିତ ବର୍ଗର ରାସ୍ତାକଡ଼ ବୁଲାବିକାଳୀମାନଙ୍କ ନିମନ୍ତେ ଏହା ବେଶ୍ ପଟ୍ଟ ପରିବର୍ତ୍ତନକାରୀ ଭାବରେ ସାବ୍ୟସ୍ତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ୮୨ ଲକ୍ଷ ରାସ୍ତାକଡ଼ ବୁଲାବିକାଳୀଙ୍କୁ ଋଣ ଯୋଗାଇ ଦିଆଯାଇଛି । ସାରା ଦେଶର ୬୨ ଲକ୍ଷ ରାସ୍ତାକଡ଼ ବୁଲାବିକାଳୀଙ୍କୁ ମୋଟ ୧୦,୯୭୮ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । କେବଳ ଦିଲ୍ଲୀରେ ପ୍ରାୟ ୨ ଲକ୍ଷ ଆବେଦନକାରୀଙ୍କୁ ଋଣ ଯୋଗାଇ ଦିଆଯାଇଛି ଯାହାର ପରିମାଣ ୨୩୨ କୋଟି ଟଙ୍କା । ଏହି ଯୋଜନା ଯେଉଁମାନେ ଏପର୍ଯ୍ୟନ୍ତ ଅବହେଳିତ ହୋଇ ରହି ଆସିଥିଲେ ଆର୍ଥିକ ସମାଯୋଜନ ଏବଂ ସାମଗ୍ରିକ କଲ୍ୟାଣ ସାଧନ ପାଇଁ ଆଲୋକବର୍ତ୍ତିକ ଭାବରେ ସାବ୍ୟସ୍ତ ହୋଇଛି ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଦୁଇଟି ଅତିରିକ୍ତ କରିଡୋର ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହି ଦୁଇଟି କରିଡୋର ଲଜପତ ନଗର ଠାରୁ ସାକେତ-ଜି ବ୍ଲକ୍ ପର୍ଯ୍ୟନ୍ତ ଏବଂ ଇନ୍ଦରଲୋକ ଠାରୁ ଇନ୍ଦ୍ରପ୍ରସ୍ତ ପର୍ଯ୍ୟନ୍ତ । ଏହି ଦୁଇଟିଯାକ କରିଡୋରର ମୋଟ ଦୈର୍ଘ୍ୟ ୨୦ କିଲୋମିଟରରୁ ଅଧିକ ଏବଂ ଏହା ସଂଯୋଗୀକରଣକୁ ସହାୟକ ହେବା ସହିତ ଟ୍ରାଫିକ୍ ଭିଡ଼ କମାଇବାରେ ମଧ୍ୟ ସହାୟକ ହେବ ।

ଲଜପତନଗର ଠାରୁ ସାକେତ ଜି ବ୍ଲକ୍ କରିଡୋର ମଧ୍ୟରେ ଯେଉଁ ଷ୍ଟେସନଗୁଡ଼ିକ ପଡ଼ିବ ସେଗୁଡ଼ିକ ହେଲା ଲଜପତ ନଗର, ଆଣ୍ଡ୍ରୁ ଗଞ୍ଜ, ଗ୍ରେଟର କୈଳାଶ-୧, ଚିରା ଦିଲ୍ଲୀ, ପୁଷ୍ପ ଭବନ, ସାକେତ ଡିଷ୍ଟ୍ରିକ୍ଟ ସେଣ୍ଟର, ପୁଷ୍ପ ବିହାର, ସାକେତ ଜି ବ୍ଲକ୍ । ସେହିଭଳି ଇନ୍ଦରଲୋକ ଏବଂ ଇନ୍ଦ୍ରପ୍ରସ୍ଥ କରିଡୋର ମଧ୍ୟରେ ଥିବା ଷ୍ଟେସନଗୁଡ଼ିକ ହେଲା – ଇନ୍ଦରଲୋକ, ଦୟା ବସ୍ତି, ସରାଇ ରୋହିଲ୍ଲା, ଅଜମଲ ଖାନ୍ ପାର୍କ, ନବୀ କରିମ, ନୂଆଦିଲ୍ଲୀ, ଏଲଏନଜେପି ହସପିଟାଲ, ଦିଲ୍ଲୀ ଗେଟ୍‌, ଦିଲ୍ଲୀ ସଚିବାଳୟ ଏବଂ ଇନ୍ଦ୍ରପ୍ରସ୍ଥ ।

 

***

SR



(Release ID: 2014455) Visitor Counter : 33