ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାଳାପ
ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଉପରେ ଉଭୟ ନେତା ଆଲୋଚନା କରିଥିଲେ
ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଚାଲିଥିବା ଆଲୋଚନାର ଅଗ୍ରଗତିକୁ ଦୁଇ ନେତା ସ୍ୱାଗତ କରିଥିଲେ
ଉଭୟ ନେତା ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟା ଉପରେ ମତ ବିନିମୟ କରିଥିଲେ
ପୋଷ୍ଟ କରାଯିବା ଦିନାଙ୍କ:
12 MAR 2024 8:43PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ମାନନୀୟ ରିଷି ସୁନକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି ।
ଦ୍ୱିପାକ୍ଷିକ ବ୍ୟାପକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରତିରକ୍ଷା, ନିରାପତ୍ତା, ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ରୋଡ୍ ମ୍ୟାପ୍ ୨୦୩୦ ଅଧୀନରେ ହୋଇଥିବା ଅଗ୍ରଗତି ଉପରେ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ।
ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଶୀଘ୍ର ଶେଷ କରିବା ଦିଗରେ ହୋଇଥିବା ଅଗ୍ରଗତିକୁ ସେମାନେ ସକାରାତ୍ମକ ଭାବରେ ଆକଳନ କରିଥିଲେ ।
ଉଭୟ ନେତା ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।
ଉଭୟ ନେତା ଯୋଗାଯୋଗରେ ରହିବାକୁ ସହମତି ପ୍ରକାଶ କରିଥିଲେ ଏବଂ ଆଗକୁ ଆସୁଥିବା ହୋଲି ପର୍ବ ପାଇଁ ଶୁଭେଚ୍ଛା ଆଦାନ ପ୍ରଦାନ କରିଥିଲେ ।
***
SSP
(ରିଲିଜ ଆଡି: 2014051)
ପରିଦର୍ଶକ କାଉଣ୍ଟର : 81
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam