ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରିବାକୁ ନାଗରିକମାନଙ୍କୁ ଅନୁରୋଧ
ମହିଳା ବନରକ୍ଷୀଙ୍କ ଟିମ୍ ବନ ଦୁର୍ଗାଙ୍କ ସହ ଆଲୋଚନା କରିଛନ୍ତି
ଲକ୍ଷୀମାଇ, ପ୍ରଦ୍ୟୁମ୍ନ ଓ ଫୁଲମାଇ ହାତୀଙ୍କୁ ଆଖୁ ଖାଇବାକୁ ଦେଇଛନ୍ତି
Posted On:
09 MAR 2024 10:00AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆସାମର ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିଛନ୍ତି । କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିବା ସହ ଏହାର ପରିବେଶର ଅତୁଳନୀୟ ସୌନ୍ଦର୍ଯ୍ୟ ଅନୁଭବ କରିବାକୁ ଶ୍ରୀ ମୋଦୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ। ସଂରକ୍ଷଣ ପ୍ରୟାସରେ ଅଗ୍ରଣୀ ମହିଳା ବନରକ୍ଷୀ ଦଳ ବନ ଦୁର୍ଗାଙ୍କ ସହ ଆଲୋଚନା କରିବା ସହ ପ୍ରାକୃତିକ ଐତିହ୍ୟର ସୁରକ୍ଷାରେ ସେମାନଙ୍କ ନିଷ୍ଠା ଓ ସାହସକୁ ପ୍ରଶଂସା କରିଥିଲେ। ଲକ୍ଷିମାଇ, ପ୍ରଦ୍ୟୁମ୍ନ ଓ ଫୁଲମାଇ ହାତୀଙ୍କୁ ଆଖୁ ଖାଇବାକୁ ଦେଉଥିବାର ଝଲକ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସେୟାର କରିଛନ୍ତି।
ତାଙ୍କ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଟ୍ବିଟରରେ ଏକାଧିକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
"ଆଜି ସକାଳେ ମୁଁ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଥିଲି। ସବୁଜିମା ମଧ୍ୟରେ ଘେରି ରହିଥିବା ଏହି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀରେ ବିଭିନ୍ନ ପ୍ରକାରର ଉଦ୍ଭିଦ ଓ ଜୀବଜନ୍ତୁ ଅଛନ୍ତି।
ମୁଁ ଆପଣ ସମସ୍ତଙ୍କୁ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିବାକୁ ଅନୁରୋଧ କରୁଛି ଏବଂ ଏହାର ପରିଦୃଶ୍ୟର ଅତୁଳନୀୟ ସୌନ୍ଦର୍ଯ୍ୟ ଏବଂ ଆସାମବାସୀଙ୍କ ଆତିଥ୍ୟକୁ ଅନୁଭବ କରନ୍ତୁ । ଏହା ଏପରି ଏକ ସ୍ଥାନ ଯେଉଁଠାରେ ପ୍ରତ୍ୟେକ ଆତ୍ମାକୁ ଆନନ୍ଦ ମିଳିଥାଏ ଏବଂ ଆପଣଙ୍କୁ ଆସାମର ହୃଦୟ ସହିତ ଗଭୀର ଭାବରେ ଯୋଡିଥାଏ ।
ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସାହସିକତାର ସହ ସୁରକ୍ଷା ଦେବା ସହ ସଂରକ୍ଷଣ କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହିଳା ଫରେଷ୍ଟ ଗାର୍ଡଙ୍କ ଟିମ୍ ବନ ଦୁର୍ଗାଙ୍କ ସହ ଆଲୋଚନା କରିଛନ୍ତି। ଆମ ପ୍ରାକୃତିକ ଐତିହ୍ୟର ସୁରକ୍ଷା ପାଇଁ ସେମାନଙ୍କର ସମର୍ପଣ ଏବଂ ସାହସ ପ୍ରକୃତରେ ପ୍ରେରଣାଦାୟକ।
"ଲକ୍ଷୀମାଇ, ପ୍ରଦ୍ୟୁମ୍ନ ଓ ଫୁଲମାଇଙ୍କୁ ଆଖୁ ଖାଇବାକୁ ଦିଆଯାଉଛି। କାଜିରଙ୍ଗା ଗଣ୍ଡା ପାଇଁ ଜଣାଶୁଣା କିନ୍ତୁ ସେଠାରେ ଅନ୍ୟାନ୍ୟ ପ୍ରଜାତି ସହିତ ବହୁ ସଂଖ୍ୟାରେ ହାତୀ ମଧ୍ୟ ଅଛନ୍ତି।
BS
(Release ID: 2013029)
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam