ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ ଘୋଷଣା କରିଛନ୍ତି

प्रविष्टि तिथि: 08 MAR 2024 8:52AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହିଳା ଦିବସ ଅବସରରେ ସରକାର ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଦେଶର ଲକ୍ଷ ଲକ୍ଷ ପରିବାର ଉପରେ ଆର୍ଥିକ ବୋଝ ଯଥେଷ୍ଟ ହ୍ରାସ ପାଇବ, ବିଶେଷ କରି ଆମ ନାରୀ ଶକ୍ତି ଉପକୃତ ହେବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି;

ଆଜି ମହିଳା ଦିବସ ଅବସରରେ ଆମ ସରକାର ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ସାରା ଦେଶରେ ଲକ୍ଷ ଲକ୍ଷ ପରିବାର ଉପରେ ଆର୍ଥିକ ବୋଝ ଯଥେଷ୍ଟ ହ୍ରାସ ପାଇବ, ବିଶେଷ କରି ଆମ ନାରୀ ଶକ୍ତି ଉପକୃତ ହେବେ ।

ରୋଷେଇ ଗ୍ୟାସକୁ ଅଧିକ ସୁଲଭ କରିବା ସହ ପରିବାରର ମଙ୍ଗଳ ଏବଂ ସୁସ୍ଥ ପରିବେଶ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ 'ସହଜ ଜୀବନଯାପନ' ସୁନିଶ୍ଚିତ କରିବା ଦିଗରେ ଆମର ପ୍ରତିବଦ୍ଧତା ଅନୁଯାୟୀ ଏହା କରାଯାଇଛି।

 

BS


(रिलीज़ आईडी: 2012791) आगंतुक पटल : 127
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Malayalam