ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ ଘୋଷଣା କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
08 MAR 2024 8:52AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହିଳା ଦିବସ ଅବସରରେ ସରକାର ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଦେଶର ଲକ୍ଷ ଲକ୍ଷ ପରିବାର ଉପରେ ଆର୍ଥିକ ବୋଝ ଯଥେଷ୍ଟ ହ୍ରାସ ପାଇବ, ବିଶେଷ କରି ଆମ ନାରୀ ଶକ୍ତି ଉପକୃତ ହେବ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି;
ଆଜି ମହିଳା ଦିବସ ଅବସରରେ ଆମ ସରକାର ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ସାରା ଦେଶରେ ଲକ୍ଷ ଲକ୍ଷ ପରିବାର ଉପରେ ଆର୍ଥିକ ବୋଝ ଯଥେଷ୍ଟ ହ୍ରାସ ପାଇବ, ବିଶେଷ କରି ଆମ ନାରୀ ଶକ୍ତି ଉପକୃତ ହେବେ ।
ରୋଷେଇ ଗ୍ୟାସକୁ ଅଧିକ ସୁଲଭ କରିବା ସହ ପରିବାରର ମଙ୍ଗଳ ଏବଂ ସୁସ୍ଥ ପରିବେଶ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ 'ସହଜ ଜୀବନଯାପନ' ସୁନିଶ୍ଚିତ କରିବା ଦିଗରେ ଆମର ପ୍ରତିବଦ୍ଧତା ଅନୁଯାୟୀ ଏହା କରାଯାଇଛି।
BS
(ରିଲିଜ ଆଡି: 2012791)
ପରିଦର୍ଶକ କାଉଣ୍ଟର : 140
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam