କ୍ୟାବିନେଟ
azadi ka amrit mahotsav

ଖରିଫ ଋତୁ, ୨୦୨୪ (୦୧.୦୪.୨୦୨୪ରୁ ୩୦.୦୯.୨୦୨୪ ପର୍ଯ୍ୟନ୍ତ) ପାଇଁ ଫସଫେଟିକ୍ ଏବଂ ପୋଟାସିକ୍ (ପିଆଣ୍ଡକେ) ସାର ଉପରେ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି (ଏନବିଏସ) ଦର ଏବଂ ଏନବିଏସ ଯୋଜନା ଅଧୀନରେ ୩ଟି ନୂତନ ସାର ଗ୍ରେଡ୍ ଅନ୍ତର୍ଭୁକ୍ତ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ

प्रविष्टि तिथि: 29 FEB 2024 3:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଖରିଫ ଋତୁ, ୨୦୨୪ (୦୧.୦୪.୨୦୨୪ରୁ ୩୦.୦୯.୨୦୨୪) ପାଇଁ ଫସଫେଟିକ୍ ଏବଂ ପୋଟାସିକ୍ (ପି ଆଣ୍ଡ କେ) ସାର ଉପରେ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି (ଏନବିଏସ) ହାର ନିର୍ଦ୍ଧାରଣ ଏବଂ ଏନବିଏସ ଯୋଜନା ଅଧୀନରେ ୩ଟି ନୂତନ ସାର ଗ୍ରେଡ୍ ଅନ୍ତର୍ଭୁକ୍ତ କରିବା ପାଇଁ ସାର ବିଭାଗର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି ଖରିଫ ଋତୁ ୨୦୨୪ ପାଇଁ ଅସ୍ଥାୟୀ ବଜେଟ୍ ଆବଶ୍ୟକତା ପ୍ରାୟ  ୨୪,୪୨୦ କୋଟି ଟଙ୍କା ।

ସୁବିଧା:

  1. ଚାଷୀଙ୍କୁ ରିହାତି, ସୁଲଭ ଓ ଉଚିତ ମୂଲ୍ୟରେ ସାର ଉପଲବ୍ଧ କରାଇବା ସୁନିଶ୍ଚିତ ହେବ।
  2. ସାର ଏବଂ ସାମଗ୍ରୀର ଅନ୍ତର୍ଜାତୀୟ ମୂଲ୍ୟରେ ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ପି ଆଣ୍ଡ କେ ସାର ଉପରେ ସବସିଡିର ବ୍ୟବସ୍ଥା
  3. ଏନବିଏସରେ ତିନୋଟି ନୂତନ ଗ୍ରେଡ୍ ଅନ୍ତର୍ଭୁକ୍ତ କରିବା ଦ୍ୱାରା ସନ୍ତୁଳିତ ମୃତ୍ତିକା ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ଏବଂ ମାଟିର ଆବଶ୍ୟକତା ଅନୁଯାୟୀ କ୍ଷୁଦ୍ର ପୋଷକ ତତ୍ତ୍ୱ ଥିବା ସାର ଚୟନ କରିବା ପାଇଁ ଚାଷୀ ମାନଙ୍କୁ ବିକଳ୍ପ ପ୍ରଦାନ କରାଯିବ ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ଚାଷୀଙ୍କୁ ସୁଲଭ ମୂଲ୍ୟରେ ଏହି ସାର ସୁରୁଖୁରୁରେ ଉପଲବ୍ଧ କରାଇବା ପାଇଁ ଖରିଫ ୨୦୨୪ (୦୧.୦୪.୨୦୨୪ରୁ ୩୦.୦୯.୨୦୨୪ ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ଦର ଆଧାରରେ ପିଆଣ୍ଡକେ ସାର ଉପରେ ସବସିଡି ପ୍ରଦାନ କରାଯିବ।

ପୃଷ୍ଠଭୂମି:

ସାର ଉତ୍ପାଦନକାରୀ/ଆମଦାନୀକାରୀଙ୍କ ଜରିଆରେ ସରକାର ଚାଷୀଙ୍କୁ ରିହାତି ମୂଲ୍ୟରେ ୨୫ ଗ୍ରେଡ୍ ର ପିଆଣ୍ଡକେ ସାର ଉପଲବ୍ଧ କରୁଛନ୍ତି। ପି ଆଣ୍ଡକେ ସାର ଉପରେ ସବସିଡି ଏନବିଏସ ଯୋଜନା ଦ୍ୱାରା ୦୧.୦୪.୨୦୧୦ ରୁ ନିୟନ୍ତ୍ରିତ ହୁଏ । କୃଷକ ଅନୁକୂଳ ଆଭିମୁଖ୍ୟ ଅନୁଯାୟୀ, କୃଷକମାନଙ୍କୁ ସୁଲଭ ମୂଲ୍ୟରେ ପିଆଣ୍ଡକେ ସାର ଉପଲବ୍ଧ କରାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସାର ଏବଂ ନିବେଶର ଆନ୍ତର୍ଜାତିକ ମୂଲ୍ୟ ଯଥା ୟୁରିଆ, ଡିଏପି, ଏମଓପି ଏବଂ ସଲ୍ଫରର ଆନ୍ତର୍ଜାତିକ ମୂଲ୍ୟରେ ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ସରକାର ଖରିଫ ୨୦୨୪ ପାଇଁ ଏନବିଏସ୍ ଦରକୁ ୦୧.୦୪.୨୪ ରୁ ୩୦.୦୯.୨୪ ପର୍ଯ୍ୟନ୍ତ ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନବିଏସ ଯୋଜନାରେ ୩ଟି ନୂଆ ସାର ଗ୍ରେଡ୍ ଅନ୍ତର୍ଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅନୁମୋଦିତ ଓ ବିଜ୍ଞାପିତ ଦର ଅନୁଯାୟୀ ସାର କମ୍ପାନିଗୁଡ଼ିକୁ ସବସିଡି ପ୍ରଦାନ କରାଯିବ, ଯାହାଦ୍ୱାରା ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଉପଲବ୍ଧ ହେବ।

 

 

BS


(रिलीज़ आईडी: 2010260) आगंतुक पटल : 131
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Assamese , Assamese , Manipuri , Bengali , Punjabi , Gujarati , Tamil , Telugu , Kannada