ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀଲଙ୍କା ଏବଂ ମରିସସରେ ୟୁପିଆଇ ସେବାର ଶୁଭାରମ୍ଭ ଅବସରରେ


ପ୍ରଧାନମନ୍ତ୍ରୀ ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ଏବଂ ମରିସସର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନାଥ ଉପସ୍ଥିତ ରହିବେ

ମରିସସରେ ମଧ୍ୟ ଆରମ୍ଭ ହେବ ରୂପେ କାର୍ଡ଼

ଏହା ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ପର୍ଯ୍ୟଟନକୁ ସୁଗମ କରିବ

ପୋଷ୍ଟ କରାଯିବା ଦିନାଙ୍କ: 11 FEB 2024 3:13PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ଶ୍ରୀ ରାନିଲ ବିକ୍ରମସିଂହେ ଏବଂ ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ ଜୁଗନାଥ ୧୨ ଫେବୃଆରୀ, ୨୦୨୪ ଅପରାହ୍ନ ଟାରେ ଶ୍ରୀଲଙ୍କା ଏବଂ ମରିସସରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବଂ ରୁପେ କାର୍ଡ ସେବାର ଶୁଭାରମ୍ଭ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହିବେ।

ଫିନଟେକ୍ ଉଦ୍ଭାବନ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭାବେ ଉଭା ହୋଇଛି। ଅଂଶୀଦାର ଦେଶମାନଙ୍କ ସହିତ ଆମର ବିକାଶ ଅଭିଜ୍ଞତା ଏବଂ ଉଦ୍ଭାବନ ବାଣ୍ଟିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀଲଙ୍କା ଏବଂ ମରିସସ୍ ସହିତ ଭାରତର ଦୃଢ଼ ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଦୃଷ୍ଟିରେ ରଖି, ଏହି ଶୁଭାରମ୍ଭ ଦ୍ରୁତ ଏବଂ ନିରବଚ୍ଛିନ୍ନ ଡିଜିଟାଲ କାରବାର ଅଭିଜ୍ଞତା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକଙ୍କୁ ଉପକୃତ କରିବ ଏବଂ ଦୁଇ ଦେଶ ମଧ୍ୟରେ ଡିଜିଟାଲ ସଂଯୋଗକୁ ବଢ଼ାଇବ

ଏହି ଶୁଭାରମ୍ଭ ଦ୍ୱାରା ଶ୍ରୀଲଙ୍କା ଏବଂ ମରିସସ୍ ଯାତ୍ରା କରୁଥିବା ଭାରତୀୟ ନାଗରିକ ତଥା ଭାରତକୁ ଯାତ୍ରା କରୁଥିବା ମରିସସ୍ ନାଗରିକଙ୍କ ପାଇଁ ୟୁପିଆଇ ସେଟଲମେଣ୍ଟ ସେବା ଉପଲବ୍ଧ ହେବ ମରିସସରେ ରୁପେ କାର୍ଡ ସେବାର ସମ୍ପ୍ରସାରଣ ଦ୍ୱାରା ମରିସସ୍ର ବ୍ୟାଙ୍କଗୁଡିକ ମରିସସରେ ରୁପେ ବ୍ୟବସ୍ଥା ଉପରେ ଆଧାରିତ କାର୍ଡ ଜାରି କରିବାରେ ସକ୍ଷମ ହେବେ ଏବଂ ଉଭୟ ଭାରତ ଏବଂ ମରିସସରେ ରୁପେ କାର୍ଡର ବ୍ୟବହାରକୁ ସହଜ କରିବ

 

BS


(ରିଲିଜ ଆଡି: 2005184) ପରିଦର୍ଶକ କାଉଣ୍ଟର : 127