ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପଛୁଆବର୍ଗ ଜାତି ସମ୍ପର୍କରେ ଏକ ସାଧାରଣ ସଭାରେ ରାହୁଳ ଗାନ୍ଧୀ ଦେଇଥିବା ବିବୃତ୍ତି ଉପରେ ଜାତୀୟ ପଛୁଆ ବର୍ଗ ଆୟୋଗଙ୍କ ସ୍ପଷ୍ଟୀକରଣ

ପୋଷ୍ଟ କରାଯିବା ଦିନାଙ୍କ: 09 FEB 2024 3:21PM by PIB Bhubaneswar

ଏକ ସାଧାରଣ ସଭାରେ କଂଗ୍ରେସ ନେତା ଶ୍ରୀ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପଛୁଆ ବର୍ଗ ଜାତି ସମ୍ପର୍କରେ ପ୍ରଶ୍ନ କରିବା ସହିତ ପ୍ରକୃତରେ ସେ ଏହି ଅନଗ୍ରସର ବର୍ଗର କି ନୁହଁନ୍ତି, ତାହାର ବାସ୍ତବ ସ୍ଥିତି ଜାଣିବାକୁ ଚାହିଁଛନ୍ତି ।

ଏହା ଉପରେ ଜାତୀୟ ପଛୁଆ ବର୍ଗ ଆୟୋଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଆୟୋଗ ପକ୍ଷରୁ କୁହାଯାଇଛି ଯେ “ମୋଧ ଘାଞ୍ଚି” ଜାତି ମଣ୍ଡଳ କମିଶନ ତାଲିକାରେ ୯୧(ଏ) କ୍ରମିକରେ ଉଲ୍ଲେଖ ଅଛି । ଗୁଜରାଟ ସରକାର “ମୋଧ ଘାଞ୍ଚି” ଜାତିକୁ ଅନଗ୍ରସର ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ୧୯୯୪ ଜୁଲାଇ ୨୫ ତାରିଖରେ ବିଜ୍ଞପ୍ତି ଜାରି କରିଥିଲେ । 

ଜାତୀୟ ଅନଗ୍ରସର ଜାତି ଆୟୋଗ ୧୯୯୭ ନଭେମ୍ବର ୧୫ରେ “ମୋଧ ଘାଞ୍ଚି” ଜାତିକୁ ଗୁଜରାଟ ରାଜ୍ୟ ପାଇଁ କେନ୍ଦ୍ରୀୟ ଅନଗ୍ରସର ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ସୁପାରିସ କରିଥିଲେ । ଏ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ୧୯୯୯ ଅକ୍ଟୋବର ୨୭ରେ ପ୍ରକାଶ ପାଇଥିଲା । ଜାତୀୟ ଅନଗ୍ରସର ବର୍ଗ ଆଇନ ୧୯୯୩ ଅନୁସାରେ କୌଣସି ଜାତି ଓ ସମ୍ପ୍ରଦାୟକୁ ଜାତୀୟ ପଛୁଆ ବର୍ଗଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଜାତୀୟ ଅନଗ୍ରସର ଜାତି ଆୟୋଗ ଯଦି ସୁପାରିସ କରନ୍ତି ତା ହେଲେ ତାହାକୁ ଗ୍ରହଣ କରିବାକୁ କେନ୍ଦ୍ର ସରକାର ସାଧାରଣତଃ ବାଧ୍ୟ ହୋଇଥାନ୍ତି । କେନ୍ଦ୍ରର ଅନ୍ୟାନ୍ୟ ପଛୁଆ ଜାତି (ଓବିସି) ତାଲିକାରେ ଗୁଜରାଟର ୧୦୪ ପ୍ରକାର ଜାତି ଓ ସମ୍ପ୍ରଦାୟ ସ୍ଥାନ ପାଇଛନ୍ତି । ସେଥି ମଧ୍ୟରେ “ମୋଧ ଘାଞ୍ଚି” ଜାତି ତାଲିକାଭୁକ୍ତ ହୋଇଛି । ଏହି ତାଲିକା ପ୍ରସ୍ତୁତି ଓ ବିଜ୍ଞପ୍ତି ପ୍ରକାଶ ପାଇବା ବେଳେ ଶ୍ରୀ ନରେନ୍ଦ୍ର ମୋଦୀ କୌଣସି ବିଧି ପ୍ରସ୍ତୁତକାରୀ ଅଥବା କାର୍ଯ୍ୟନିର୍ବାହୀ ପଦରେ ନ ଥିଲେ ବୋଲି ଜାତୀୟ ଅନଗ୍ରସର ଜାତି ଆୟୋଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।

 

******

TKM/SLP/Swadhin


(ରିଲିଜ ଆଡି: 2004695) ପରିଦର୍ଶକ କାଉଣ୍ଟର : 105
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Gujarati , Tamil