ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡକ୍ଟର ଏମ୍ ଏସ୍ ସ୍ୱାମୀନାଥନ୍ଙ୍କୁ ମିଳିବ ଭାରତ ରତ୍ନ: ପ୍ରଧାନମନ୍ତ୍ରୀ
Posted On:
09 FEB 2024 1:16PM by PIB Bhubaneshwar
ସବୁଜ ବିପ୍ଳବରେ ତାଙ୍କର ଅତୁଳନୀୟ ଭୂମିକା ପାଇଁ ଜଣାଶୁଣା ଡକ୍ଟର ଏମ୍ ଏସ୍ ସ୍ୱାମୀନାଥନ୍ଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ୍ସରେ ପୋଷ୍ଟ କରିଛନ୍ତି ।
ସେ କହିଥିଲେ ଯେ , ଡକ୍ଟର ସ୍ୱାମୀନାଥନ୍ଙ୍କ ଦୂରଦର୍ଶୀ ନେତୃତ୍ୱ କେବଳ ଭାରତୀୟ କୃଷିକୁ ପରିବର୍ତ୍ତନ କରିନାହିଁ ବରଂ ଦେଶର ଖାଦ୍ୟ ନିରାପତ୍ତା ଏବଂ ସମୃଦ୍ଧିକୁ ମଧ୍ୟ ସୁନିଶ୍ଚିତ କରିଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
କୃଷି ଓ କୃଷକ କଲ୍ୟାଣ କ୍ଷେତ୍ରରେ ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଭାରତ ସରକାର ଡକ୍ଟର ଏମ୍ ଏସ୍ ସ୍ୱାମୀନାଥନ୍ ଜୀ’ଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଅତ୍ୟନ୍ତ ଆନନ୍ଦର ବିଷୟ । ଆହ୍ୱାନପୂର୍ଣ୍ଣ ସମୟରେ ଭାରତକୁ କୃଷିକ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସାହାଯ୍ୟ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଭାରତୀୟ କୃଷିର ଆଧୁନିକୀକରଣ ଦିଗରେ ଉଲ୍ଲେଖନୀୟ ପ୍ରୟାସ କରିଥିଲେ । ଆମେ ଜଣେ ଉଦ୍ଭାବକ ଏବଂ ପରାମର୍ଶଦାତା ଭାବରେ ତାଙ୍କ ଅମୂଲ୍ୟ କାର୍ଯ୍ୟକୁ ମଧ୍ୟ ସ୍ୱୀକୃତି ଦେଉଛୁ ଏବଂ ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷଣ ଏବଂ ଗବେଷଣାକୁ ଉତ୍ସାହିତ କରୁଛୁ । ଡଃ. ସ୍ୱାମୀନାଥନ୍ଙ୍କ ଦୂରଦର୍ଶୀ ନେତୃତ୍ୱ କେବଳ ଭାରତୀୟ କୃଷିକୁ ପରିବର୍ତ୍ତନ କରିନାହିଁ ବରଂ ଦେଶର ଖାଦ୍ୟ ନିରାପତ୍ତା ଏବଂ ସମୃଦ୍ଧିକୁ ମଧ୍ୟ ସୁନିଶ୍ଚିତ କରିଛି । ସେ ଏମିତି ଜଣେ ବ୍ୟକ୍ତି ଥିଲେ ଯାହାକୁ ମୁଁ ଘନିଷ୍ଠ ଭାବରେ ଜାଣିଥିଲି ଏବଂ ମୁଁ ସର୍ବଦା ତାଙ୍କ ଅର୍ନ୍ତଦୃଷ୍ଟି ଏବଂ କାର୍ଯ୍ୟକୁ ଗୁରୁତ୍ୱ ଦେଇଥିଲି ।
***
SSP
(Release ID: 2004409)
Read this release in:
English
,
Urdu
,
Hindi
,
Marathi
,
Bengali-TR
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam