ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଦେଶର ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭାରତ ଓ ମିଆଁମାର ମଧ୍ୟରେ ଦୁଇଦେଶର ନାଗରିକଙ୍କ ପାଇଁ ଥିବା ଅବାଧ ଗମନାଗମନ ବ୍ୟବସ୍ଥା (ଏଫଏମ୍‌ଆର୍‌)କୁ ରଦ୍ଦ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିଷ୍ପତ୍ତି


ଏହି ନିଷ୍ପତ୍ତି ଫଳରେ ଭାରତର ଉତ୍ତର-ପୂର୍ବାଞ୍ଚଳରେ ଥିବା ଜନସାଂଖ୍ୟିକ ଢାଞ୍ଚା ବଜାୟ ରଖିବ ଏବଂ ଆମ ସୀମାକୁ ଲାଗିଥିବା ମିଆଁମାରରୁ କେହି ଭାରତ ଭିତରକୁ ଅବାଧରେ ପ୍ରବେଶ କରିପାରିବେ ନାହିଁ

ଭାରତର ସୀମାନ୍ତକୁ ସୁରକ୍ଷିତ ଓ ନିରାପଦ ରଖିବାକୁ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନନେନ୍ଦ୍ର ମୋଦୀଙ୍କ ସଂକଳ୍ପ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା

ଦୁଇ ଦେଶ ମଧ୍ୟରେ ଥିବା ଏହି ଅବାଧ ଗମନାଗମନ ବ୍ୟବସ୍ଥା (ଏଫ୍‌.ଏମ୍‌‌.ଆର୍‌)କୁ ବାତିଲ କରିବା କାମ ବୈଦେଶିକ ମନ୍ତ୍ରଣାଳୟ ଆରମ୍ଭ କରିଥିବା ଦୃଷ୍ଟିରୁ ତାହାକୁ ତତ୍କାଳ ବନ୍ଦ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୁପାରିସ କରିଛି

Posted On: 08 FEB 2024 1:29PM by PIB Bhubaneshwar

ମିଆଁମାର ସହିତ ଭାରତର ଥିବା ଅବାଧ ଗମନାଗମନ ବ୍ୟବସ୍ଥା (ଏଫ୍‌ଏମ୍‌ଆର୍‌) ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ତଥା ନିରାପତ୍ତା ଦୃଷ୍ଟିରୁ ତତ୍କାଳ ରଦ୍ଦ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହା ଫଳରେ ଦୁଇ ଦେଶ ମଧ୍ୟରେ ଉଭୟ ଦେଶର ନାଗରିକଙ୍କ ମୁକ୍ତ ଓ ଅବାଧ ଗମନାଗମନ ବ୍ୟବସ୍ଥା ତତ୍କାଳ ବନ୍ଦ ହେବ । ଏହି ନିଷ୍ପତ୍ତି ଫଳରେ ମିଆଁମାର ସୀମାକୁ ଲାଗିଥିବା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଜନସଂଖ୍ୟାର ସ୍ଥିତି ବଜାୟ ରହିବ ଓ ମିଆଁମାର ନାଗରିକମାନେ ଏସବୁ ରାଜ୍ୟକୁ ଅବାଧରେ ପ୍ରବେଶ କରି ନିଜର ଉପସ୍ଥିତି ବଢାଇ ପାରିବେ ନାହିଁ । ସେହି ଅଞ୍ଚଳର ଆଭ୍ୟନ୍ତରୀଣ ନିରାପତ୍ତା, ସୀମାନ୍ତ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । 

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଏକ ଏକ୍ସ ବାର୍ତ୍ତାରେ କହିଛନ୍ତି ଯେ ଦେଶର ସୀମାନ୍ତକୁ ନିରାପଦ ଓ ସୁରକ୍ଷିତ ରଖିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ । ସେ ଦୃଷ୍ଟିରୁ ସୀମାକୁ ସୁରକ୍ଷିତ ରଖିବା ସହ ଉତ୍ତର-ପୂର୍ବାଞ୍ଚଳର ଜନସଂଖ୍ୟା ଜନିତ ସ୍ଥିତିକୁ ବଜାୟ ରଖିବା ଏବଂ ଆଭ୍ୟନ୍ତରୀଣ ନିରାପତ୍ତା ରକ୍ଷା ନିମନ୍ତେ ଦୁଇ ଦେଶ ମଧ୍ୟରେ ନାଗରିକଙ୍କ ଅବାଧ ଗମନାଗମନ ବ୍ୟବସ୍ଥାକୁ ତତ୍କାଳ ବନ୍ଦ କରିବାକୁ ସରକାରଙ୍କୁ ସୁପାରିସ କରାଯାଇଛି । ଦୁଇ ଦେଶ ମଧ୍ୟରେ ଥିବା ଚୁକ୍ତି (ଏଫ୍‌ଏମ୍‌ଆର୍‌)କୁ ସ୍ଥାୟୀଭାବେ ବାତିଲ କରିବାକୁ ସମୟ ଲାଗିବ । ବୈଦେଶିକ ମନ୍ତ୍ରଣାଳୟ ଏହି ବାତିଲ ପ୍ରକ୍ରିୟା ଆରମ୍ଭ କରିଛି । 

ଏହି ବ୍ୟବସ୍ଥା ରଦ୍ଦ ହେବା ଫଳରେ ମ୍ୟାଁମାରରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ସେଠାକାର ନାଗରିକ ଆଉ ଅବାଧ ପ୍ରବେଶର ସୁଯୋଗ ପାଇବେ ନାହିଁ କିମ୍ବା ସେ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ଜନସଂଖ୍ୟାର ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ମ୍ୟାଁମାରରୁ ଅନେକ ନାଗରିକ ଉତ୍ତର ପୂର୍ବାଞ୍ଚଳକୁ ପଶି ଆସି ସେଠାରେ ବିଭିନ୍ନ ପ୍ରକାର ଅସ୍ଥିରତା ସୃଷ୍ଟି କରିବାରୁ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇଥିଲା ।

 

*****

NS/SLP



(Release ID: 2004201) Visitor Counter : 67