ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହେବେ ଲାଲକୃଷ୍ଣ ଆଡଭାନୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 03 FEB 2024 2:28PM by PIB Bhubaneshwar

ବରିଷ୍ଠ ନେତା ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଏକ୍ସ ପୋଷ୍ଟ ମାଧ୍ୟମରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।

ଶ୍ରୀ ମୋଦୀ ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସହ ମଧ୍ୟ ଏ ସମ୍ପର୍କରେ କଥା ହୋଇଛନ୍ତି ଏବଂ ଏହି ସମ୍ମାନରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ସୂଚନା ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ ତାଙ୍କ ସହ କଥା ହୋଇଥିଲି ଏବଂ ଏହି ସମ୍ମାନରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲି । ଆମ ସମୟର ଅନ୍ୟତମ ସମ୍ମାନିତ ରାଜନେତା ମାନଙ୍କ ମଧ୍ୟରୁ ଜଣେ ଶ୍ରୀ ଆଡଭାନୀ ଜୀ’ଙ୍କର ଅବଦାନ ଭାରତର ବିକାଶ ପାଇଁ ଅତୁଳନୀୟ । ତାଙ୍କ ଜୀବନର ବ୍ୟାପକତା ହେଉଛି ତୃଣମୂଳ ସ୍ତରରେ କାମ କରିବା ଠାରୁ ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ଭାବେ ଦେଶ ସେବା କରିବା ପର୍ଯ୍ୟନ୍ତ ।  ସେ ଆମ ଦେଶର ଗୃହ ମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବରେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରାଇଥିଲେ । ତାଙ୍କର ସଂସଦୀୟ ହସ୍ତକ୍ଷେପ ସବୁବେଳେ ଅନୁକରଣୀୟ, ସମୃଦ୍ଧ ଅର୍ନ୍ତଦୃଷ୍ଟିରେ ପରିପୂର୍ଣ୍ଣ ।

ସାର୍ବଜନୀନ ଜୀବନରେ ଆଡଭାନୀ ଜୀ’ ଙ୍କର ଦୀର୍ଘ ଦଶନ୍ଧି ଧରି ସେବା , ସ୍ୱଚ୍ଛତା ଏବଂ ସଚ୍ଚୋଟତା ପ୍ରତି ଏକ ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରିଛିି, ଯାହା ରାଜନୈତିକ ନୈତିକତାରେ ଏକ ଉଦାହରଣୀୟ ଆଦର୍ଶ  ସ୍ଥାପନ କରିଛି । ଜାତୀୟ ଏକତା ଓ ସାଂସ୍କୃତିକ ପୁନରୁଦ୍ଧାର ଦିଗରେ ସେ ଅତୁଳନୀୟ ପ୍ରୟାସ କରିଛନ୍ତି । ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା  ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ । ମୁଁ ସବୁବେଳେ ଏହାକୁ ମୋର ସୌଭାଗ୍ୟ ବୋଲି ବିବେଚନା କରିବି ଯେ ମୁଁ ତାଙ୍କ ସହ କଥାବାର୍ତ୍ତା କରିବା ଏବଂ ତାଙ୍କ ଠାରୁ ଶିଖିବାର ଅନେକ ସୁଯୋଗ ପାଇଛି ।

***

SSP



(Release ID: 2002309) Visitor Counter : 62