ଅର୍ଥ ମନ୍ତ୍ରଣାଳୟ
ପୂର୍ବରୁ ଏବଂ ଏବେ- ଅର୍ଥବ୍ୟବସ୍ଥା ଉପରେ ଶ୍ୱେତପତ୍ର ଆଣିବେ ସରକାର
प्रविष्टि तिथि:
01 FEB 2024 12:45PM by PIB Bhubaneshwar
ସଂସଦରେ ଆଜି ଅନ୍ତରୀଣ ବଜେଟ ୨୦୨୪-୨୫ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଥିଲେ, ‘୨୦୧୪ରେ ଆମ ସରକାର ଶାସନ ସମ୍ଭାଳିବା ପରେ ଅର୍ଥନୀତିକୁ ପର୍ଯ୍ୟାୟ କ୍ରମେ ସୁଧାରିବା ଏବଂ ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାର ବଡ଼ ଦାୟିତ୍ୱ ଥିଲା । ଲୋକଙ୍କ ମଧ୍ୟରେ ଆଶା ଉଜ୍ଜ୍ୱଳ କରିବା, ନିବେଶ ଆକର୍ଷଣ କରିବା ଏବଂ ଅତ୍ୟାବଶ୍ୟକ ସୁଧାର ପାଇଁ ସମର୍ଥନ ଯୋଗାଡ଼ କରିବା ସେତେବେଳେ ସମୟର ଆବଶ୍ୟକତା ଥିଲା । ସରକାର ‘ପ୍ରଥମେ ଦେଶ’ ନୀତିରେ ଆମ ଦୃଢ଼ ବିଶ୍ୱାସକୁ ଅନୁସରଣ କରି ସଫଳତାର ସହ ଏହା କରିପାରିଛନ୍ତି ।
ପୂର୍ବର ଏବଂ ଏବେର ଅର୍ଥନୀତି ଉପରେ ଆଲୋଚନା କରି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘ସେହି ବର୍ଷଗୁଡ଼ିକର ସଙ୍କଟ ଦୂର ହୋଇଯାଇଛି ଏବଂ ଅର୍ଥବ୍ୟବସ୍ଥାକୁ ସର୍ବାଙ୍ଗୀନ ବିକାଶ ସହ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ପଥରେ ମଜଭୁତ ସହକାରେ ରଖାଯାଇଛି ।’ ସେ ଘୋଷଣା କରିଛନ୍ତି, ଗୃହ ଟେବୁଲରେ ସରକାର ଶ୍ୱେତପତ୍ର ରଖିବେ ଏହା ଦେଖିବାକୁ ଯେ, ୨୦୧୪ ପର୍ଯ୍ୟନ୍ତ ଆମେ କେଉଁଠି ଥିଲୁ ଏବଂ ଏବେ କେଉଁଠି ଅଛୁ । କେବଳ ସେହି ବର୍ଷଗୁଡ଼ିକରେ ପରିଚାଳନାଗତ ଅବ୍ୟବସ୍ଥାରୁ ଶିକ୍ଷା ଗ୍ରହଣ କରିବା ଏହାର ଉଦ୍ଦେଶ୍ୟ ।
ଶ୍ରୀମତୀ ସୀତାରମଣ ଆହୁରି କହିଛନ୍ତି ଯେ, ‘ଶାସନ, ବିକାଶ ଏବଂ କାର୍ଯ୍ୟଦକ୍ଷତା, ପ୍ରଭାବଶାଳୀ ବିତରଣ ଏବଂ ‘ଜନକଲ୍ୟାଣ’ର ଅନୁକରଣୀୟ ଟ୍ରାକ୍ ରେକର୍ଡ ସରକାରଙ୍କ ‘ବିକଶିତ ଭାରତ’ର ଲକ୍ଷ୍ୟକୁ ସାକାର କରିବାକୁ ବିଶ୍ୱାସ, ଭରସା ଏବଂ ଲୋକଙ୍କ ଆଶୀର୍ବାଦ ମିଳିଛି । ଆଗାମୀ ବର୍ଷ ଏବଂ ଦଶନ୍ଧିରେ ଉତ୍ତମ ଉଦ୍ଦେଶ୍ୟ, ବାସ୍ତବ ଉତ୍ସର୍ଗୀକୃତତା ଏବଂ କଠିନ ପରିଶ୍ରମ ଦ୍ୱାରା ସରକାର ‘ବିକଶିତ ଭାରତ’ର ଲକ୍ଷ୍ୟ ପୂରଣ କରିବାକୁ ପ୍ରସ୍ତୁତ ।’
SR
(रिलीज़ आईडी: 2002127)
आगंतुक पटल : 155