ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ସମ୍ରାଟ ଚୌଧୁରୀ ଏବଂ ଶ୍ରୀ ବିଜୟ ସିହ୍ନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 28 JAN 2024 6:10PM by PIB Bhubaneshwar

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ସମ୍ରାଟ ଚୌଧୁରୀ ଏବଂ ଶ୍ରୀ ବିଜୟ ସିହ୍ନାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ବିହାରରେ ଗଠିତ ଏନ୍‌ଡିଏ ସରକାର ରାଜ୍ୟର ବିକାଶ ତଥା ଏଠାକାର ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ ।

 

ନୀତୀଶ କୁମାର ଜୀ ମୁଖ୍ୟମନ୍ତ୍ରୀ ଏବଂ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଜୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ବହୁତ ବହୁତ ଅଭିନନ୍ଦନ ।

 

ମୋର ବିଶ୍ୱାସ ଯେ ଏହି ଟିମ୍ ପୂରା ସମର୍ପଣ ଭାବନାରେ ରାଜ୍ୟର ମୋର ପରିବାରଜନଙ୍କ ସେବା କରିବ ।’

 

SR


(रिलीज़ आईडी: 2000384) आगंतुक पटल : 119
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam