ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାମାୟଣର ଭାବୁକ ସବରୀ ଅଧ୍ୟାୟ ଉପରେ ମୈଥିଲି ଠାକୁର ଗାଇଥିବା ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ

Posted On: 20 JAN 2024 9:22AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମାୟଣର ଭାବୁକ ସବରୀ ଅଧ୍ୟାୟ ଉପରେ ମୈଥିଲି ଠାକୁର ଗାଇଥିବା ଗୀତ ସେୟାର କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଅବସର ସମସ୍ତଙ୍କୁ ଭଗବାନ ଶ୍ରୀ ରାମଙ୍କ ଜୀବନ ଓ ଆଦର୍ଶ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ମନେପକାଇଦେଉଛି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଅବସର ଦେଶବ୍ୟାପୀ ମୋର ପରିବାରଜନଙ୍କୁ ପ୍ରଭୁ ଶ୍ରୀ ରାମଙ୍କ ଜୀବନ ଏବଂ ଆଦର୍ଶ ସହ ଜଡ଼ିତ ପ୍ରତ୍ୟେକ ଘଟଣା ମନେପକାଇଦେଉଛି । ଏପରି ଏକ ଭାବପ୍ରବଣ ଘଟଣା ସବରୀ ସହ ଜଡ଼ିତ । ମୈଥିଲି ଠାକୁର ଜୀ କିପରି ଏହାକୁ ନିଜ ସୁମଧୁର ସ୍ୱରରେ ଗାଇଛନ୍ତି ତାହା ଶୁଣନ୍ତୁ ।’

 SR



(Release ID: 1998189) Visitor Counter : 66