ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ମୁମ୍ବାଇର ଜଣେ କିନ୍ନର କଳ୍ପନାଙ୍କୁ କହିଲେ, କିନ୍ନରମାନେ କ'ଣ କରିବାକୁ ସକ୍ଷମ ତାହା ଆପଣ ନିଜ କାର୍ଯ୍ୟ ଦ୍ୱାରା ଦେଖାଉଛନ୍ତି, ଏହା ଏକ ମହାନ ସେବା


ବଞ୍ଚିତ ମାନଙ୍କୁ ପ୍ରାଥମିକତା ଦେବା ଆମର ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ

Posted On: 18 JAN 2024 3:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ସାଇ କିନ୍ନର ବଚତ ସ୍ୱୟଂ ସହାୟକ ଗୋଷ୍ଠୀ ଚଳାଉଥିବା ମୁମ୍ବାଇର ଜଣେ କିନ୍ନର କଳ୍ପନା ବାଇଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା  କରିଥିଲେ । କିନ୍ନର ମାନଙ୍କ ପାଇଁ ମହାରାଷ୍ଟ୍ରରେ ତାଙ୍କର ଏହା ପ୍ରଥମ ଏଭଳି ଗୋଷ୍ଠୀ । ଏକ ଆହ୍ୱାନମୂଳକ ଜୀବନ କାହାଣୀ ବର୍ଣ୍ଣନା କରିବା ସହିତ କଳ୍ପନା ଜୀ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ସମ୍ବେଦନଶୀଳତା ପାଇଁ ଧନ୍ୟବାଦ ଜଣାଇଥିଲେ । କଳ୍ପନା ଜୀ ଜଣେ କିନ୍ନରଙ୍କ କଠିନ ଜୀବନକୁ ମନେ ପକାଇ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଭିକ୍ଷା ବୃତ୍ତି ଏବଂ ଅନିଶ୍ଚିତତାର ଜୀବନ ପରେ ସେ ବଚତ ଗୋଷ୍ଠୀ ଆରମ୍ଭ କରିଥିଲେ ।

ସରକାରୀ ଅନୁଦାନ ସହାୟତାରେ କଳ୍ପନାଜୀଙ୍କୁ ବାସ୍କେଟ୍ ତିଆରିରେ ଆରମ୍ଭ କରାଯାଇଥିଲା । ତାଙ୍କୁ ସହରାଞ୍ଚଳ ଜୀବିକା ମିଶନ ଏବଂ ସ୍ୱନିଧି ଯୋଜନା ସହାୟତା ମିଳିଥିଲା । ସେ ଇଡଲି , ଦୋସା ଓ ଫୁଲ ବ୍ୟବସାୟ ମଧ୍ୟ ଚଳାଉଛନ୍ତି । ପ୍ରଧାନମନ୍ତ୍ରୀ ହାଲୁକା ଭାବରେ ମୁମ୍ବାଇରେ ପାଭ - ଭାଜି ଏବଂ ବଡା ପାଭ ବ୍ୟବସାୟର ସମ୍ଭାବନା ବିଷୟରେ ପଚାରିଥିଲେ ଯାହା ଶୁଣି ସମସ୍ତେ ଆନନ୍ଦିତ ହୋଇଥିଲେ । କିନ୍ନର ମାନଙ୍କର ବାସ୍ତବତା ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ସମାଜରେ କିନ୍ନର ମାନଙ୍କର ଭୁଲ ଭାବମୂର୍ତ୍ତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ସମାଜ ପ୍ରତି ତାଙ୍କର ସେବାର ବ୍ୟାପକତା ବିଷୟରେ ବୁଝାଇ ଥିଲେ । କଳ୍ପନାଜୀଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ, କିନ୍ନରମାନେ ଯାହା କରିବାକୁ ସକ୍ଷମ ତାହା ଆପଣ କରି ଦେଖାଉଛନ୍ତି ।

ତାଙ୍କ ଗୋଷ୍ଠୀ କିନ୍ନର ପରିଚୟପତ୍ର ପ୍ରଦାନ କରୁଛି ଏବଂ କିନ୍ନର ସମ୍ପ୍ରଦାୟକୁ କିଛି ବ୍ୟବସାୟ ଆରମ୍ଭ କରିବା ଏବଂ ଭିକ୍ଷାବୃତ୍ତି ଛାଡିବା ପାଇଁ ପିଏମ ସ୍ୱନିଧି ଭଳି ଯୋଜନାର ଲାଭ ଉଠାଇବାକୁ ଉତ୍ସାହିତ କରୁଛି । 'ମୋଦି କି ଗ୍ୟାରେଣ୍ଟି କି ଗାଡି' ପାଇଁ କିନ୍ନର ସମ୍ପ୍ରଦାୟର ଉତ୍ସାହ ସମ୍ପର୍କରେ ସେ ପ୍ରକାଶ କରିଥିଲେ ଏବଂ  ଏହା ସହିତ ଗାଡ଼ି ସେମାନଙ୍କ ଅଞ୍ଚଳକୁ ଆସିବା ପରେ ସେ ଏବଂ ତାଙ୍କ ସାଙ୍ଗମାନେ ଅନେକ ସୁବିଧା ପାଇଥିଲେ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କଳ୍ପନାଜୀଙ୍କ ଅଦମ୍ୟ ମନୋବଳକୁ ସଲାମ କରିଥିଲେ ଏବଂ ଅତ୍ୟନ୍ତ ଆହ୍ୱାନମୂଳକ ଜୀବନ ସତ୍ତ୍ୱେ ଚାକିରି ପ୍ରଦାନକାରୀ ହେବା କାରଣରୁ ସେ ତାଙ୍କୁ ପ୍ରଶଂସା କରିଥିଲେ । ବଞ୍ଚିତ ମାନଙ୍କୁ ପ୍ରାଥମିକତା ଦେବା ଆମର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****

SSP



(Release ID: 1997791) Visitor Counter : 40