ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ରି ଭୋଇ ମେଘାଳୟର ସିଲ୍‌ମେ ମାରାକଙ୍କୁ କହିଲେ, ଆପଣ ଆପଣଙ୍କ ଗ୍ରାମର ମୋଦୀ

Posted On: 18 JAN 2024 3:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ମେଘାଳୟର ରି ଭୋଇର ଶ୍ରୀମତୀ ସିଲ୍‌କେ ମାରାକଙ୍କ ଜୀବନ ସେତେେବେଳେ ଏକ ସକାରାତ୍ମକ ମୋଡ଼ ନେଇଥିଲା , ଯେତେବେଳେ ସେ ତାଙ୍କ ଛୋଟ ଦୋକାନରୁ ଆଗକୁ ବଢ଼ି ସ୍ୱୟଂ ସହାୟକ ଗୋଷ୍ଠୀରେ ସ୍ନାତକ ହାସଲ କରିଥିଲେ । ସେ ବର୍ତ୍ତମାନ ସ୍ଥାନୀୟ ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ ହେବାରେ ସାହାଯ୍ୟ କରୁଛନ୍ତି ଏବଂ ୫୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନରେ ସାହାଯ୍ୟ କରିଛନ୍ତି । ସେ ପିଏମ୍ କିଷାନ ସମ୍ମାନ ନିଧି, ବୀମା ଏବଂ ଅନ୍ୟାନ୍ୟ ଯୋଜନା ଗୁଡିକର ହିତାଧିକାରୀ ମଧ୍ୟ ଅଟନ୍ତି ।

ଶ୍ରୀମତୀ ସିଲ୍‌ମେ ନିକଟରେ ତାଙ୍କ ସମ୍ପ୍ରସାରିତ କାର୍ଯ୍ୟ ପାଇଁ ଏକ ସ୍କୁଟି କିଣିଛନ୍ତି । ସେ ତାଙ୍କ ବ୍ଲକରେ ଏକ ଗ୍ରାହକ ସେବା ପଏଣ୍ଟ ମଧ୍ୟ ଚଳାଉଛନ୍ତି ଏବଂ ଲୋକଙ୍କୁ ସରକାରୀ ଯୋଜନାର ଲାଭ ଉଠାଇବାରେ ସାହାଯ୍ୟ କରନ୍ତି । ତାଙ୍କ ଗ୍ରୁପ୍ ଖାଦ୍ୟ ପ୍ରକ୍ରିୟାକରଣ ଓ ବେକେରୀରେ ମଧ୍ୟ ସକ୍ରିୟ ରହିଛି । ପ୍ରଧାନମନ୍ତ୍ରୀ ତାଙ୍କ ଆତ୍ମବିଶ୍ୱାସକୁ ପ୍ରଶଂସା କରିବା ସହ ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ତାଳି ମାରିଥିଲେ ।

ସରକାରୀ ଯୋଜନା ଗୁଡ଼ିକରେ ତାଙ୍କର ଅଭିଜ୍ଞତା ଏବଂ ହିନ୍ଦୀ ଭାଷା ଉପରେ ଉଚ୍ଚକୋଟୀର ଦଖଲ ରହିଥିବା ଅନୁଭବ କରି  "ଆପଣ ବହୁତ ଦକ୍ଷ, ବୋଧ ହୁଏ ମୋ ଠାରୁ ମଧ୍ୟ ଭଲ" ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ସାମାଜିକ ସେବା ମନୋଭାବକୁ ପ୍ରଶଂସା କରିଥିଲେ ଏବଂ "ଆପଣଙ୍କ ଭଳି ଲୋକ ମାନଙ୍କର ସମର୍ପଣ ହେଉଛି ପ୍ରତ୍ୟେକ ନାଗରିକଙ୍କ ନିକଟରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ପାଇଁ ଆମର ସଂକଳ୍ପ ପଛର ଶକ୍ତି । ଆପଣ ମାନଙ୍କ ଭଳି ଲୋକମାନେ ହିଁ ମୋର କାମକୁ ସହଜ କରି ଦେଇଛନ୍ତି ।  ଆପଣ ହିଁ ଆପଣଙ୍କ ଗ୍ରାମର ମୋଦୀ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

*****

SSP



 

 



(Release ID: 1997736) Visitor Counter : 45