ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଖ୍ୟାତ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଡଃ ପ୍ରଭା ଆତ୍ରେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି
Posted On:
13 JAN 2024 8:37PM by PIB Bhubaneshwar
ପ୍ରଖ୍ୟାତ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଡଃ ପ୍ରଭା ଆତ୍ରେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି;
"ଡକ୍ଟର ପ୍ରଭା ଆତ୍ରେ ଜୀ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କ କାର୍ଯ୍ୟ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଥିଲା । ତାଙ୍କ ଜୀବନ ଥିଲା ଉତ୍କୃଷ୍ଟତା ଏବଂ ସମର୍ପଣର ଏକ ସୁନ୍ଦର ସମ୍ମିଶ୍ରଣ । ତାଙ୍କ ପ୍ରୟାସ ଆମ ସାଂସ୍କୃତିକ ଢାଞ୍ଚାକୁ ବହୁତ ସମୃଦ୍ଧ କରିଛି । ତାଙ୍କ ବିୟୋଗରେ ଦୁଃଖିତ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓମ୍ ଶାନ୍ତି ।
***
SSP
(Release ID: 1996047)
Visitor Counter : 95
Read this release in:
Kannada
,
English
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam