ପୋଷ୍ଟ କରାଯିବା ଦିନାଙ୍କ:
12 JAN 2024 8:17AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ତାଙ୍କର ମତ ସମ୍ପର୍କରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;
"ବିଶ୍ୱ ସ୍ତରରେ ଭାରତୀୟ ଆଧ୍ୟାତ୍ମିକତା ଓ ସଂସ୍କୃତି ପ୍ରତିଷ୍ଠା କରିଥିବା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ, ଜାତୀୟ ଯୁବ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ଶକ୍ତି ଓ ସ୍ଫୁର୍ତ୍ତିରେ ଭରପୂର ତାଙ୍କର ଚିନ୍ତାଧାରା ଓ ବାର୍ତ୍ତା ଯୁବପିଢ଼ିଙ୍କୁ ଯୁଗଯୁଗ ଧରି କିଛି କରିବାକୁ ପ୍ରେରଣା ଯୋଗାଇବ । "
****
SSP