ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଜାନୁଆରୀ ୧୨ ରେ ମହାରାଷ୍ଟ୍ରର ନାସିକ ଠାରେ ୨୭ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ଜାତୀୟ ଯୁବ ଦିବସରେ ପ୍ରଧାନମନ୍ତ୍ରୀ ୧ ଲକ୍ଷ ଯୁବ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିବେ : ଶ୍ରୀ ଅନୁରାଗ ସିଂହ ଠାକୁର

ସ୍ୱେଚ୍ଛାସେବୀମାନେ ସରକାରୀ ଯୋଜନା ଗୁଡିକ ସମ୍ପର୍କରେ ସୂଚନା ପ୍ରସାରଣ କରିବେ

Posted On: 11 JAN 2024 8:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୨ ତାରିଖରେ ମହାରାଷ୍ଟ୍ରର ନାସିକ ଠାରେ ୨୭ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିବେ ଏବଂ ଦେଶର ଯୁବକ ମାନଙ୍କୁ ସମ୍ବୋଧିତ କରିବେ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର କହିଥିଲେ ଯେ ସ୍ୱାମୀ ବିବେକାନନ୍ଦଜୀଙ୍କ ୧୬୧ତମ ବାର୍ଷିକୀ ଅବସରରେ ମହାରାଷ୍ଟ୍ରର ନାସିକ ଠାରେ ୨୭ତମ ଜାତୀୟ ଯୁବ ମହୋତ୍ସବ ପାଳନ କରାଯାଉଛି । ଜାନୁଆରୀ ୧୨ ତାରିଖକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୁମ୍ଭ ସହରରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ହଜାର ହଜାର ଯୁବକ ଏକାଠି ହୋଇଛନ୍ତି ।

ଆସନ୍ତା କାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିବେ ବୋଲି ସେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ଏକ ଲକ୍ଷ ଯୁବ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ଦେଶର ଯୁବ ଶକ୍ତିକୁ ପ୍ରଦର୍ଶିତ କରିବ ଏବଂ ଦେଶର ଯୁବବର୍ଗ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଶପଥ ନେବେ, ଯାହା କି ଭାରତର ସ୍ୱାଧୀନତାର ୧୦୦ ତମ ବର୍ଷ ହେବ ।

ଚଳିତ ବର୍ଷ ବିଭିନ୍ନ ସରକାରୀ ବିଭାଗର ମିଳିତ ସହଯୋଗରେ ଯୁବ ବ୍ୟାପାର ବିଭାଗର ସମସ୍ତ କ୍ଷେତ୍ର ସଂଗଠନ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଜାତୀୟ ଯୁବ ଦିବସ ପାଳନ କରାଯିବ । ସାରା ଦେଶରେ ' ମାଇଁ ଭାରତ' ସ୍ୱେଚ୍ଛାସେବୀମାନେ ଏନ୍‌ଏସ୍‌ଏସ୍ ୟୁନିଟ, ଏନୱାଇକେଏସ୍  ଏବଂ ଅନେକ ଶିକ୍ଷାନୁଷ୍ଠାନର ସହାୟତାରେ ଭାରତ ପାଇଁ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କ ଶକ୍ତି ସମନ୍ୱୟ କରିବେ । ୟୁଥ୍ କ୍ଲବ୍ ଗୁଡ଼ିକ ମଧ୍ୟ ଏହି ଉତ୍ସବରେ ନିଜର ସ୍ଫୁର୍ତ୍ତିଶୀଳ ଶକ୍ତି ପ୍ରଦର୍ଶିତ କରିବ ଏବଂ ପ୍ରକୃତରେ ଏକ ସମାବେଶୀ ବାତାବରଣ ସୁନିଶ୍ଚିତ କରିବେ । ଏହି ଅଭିଯାନରେ ୮୮,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିବେ ।

ମାଇଁ ଭାରତ ଡିଜିଟାଲ ପ୍ଲାଟଫର୍ମ (https://mybharat.gov.in) ମାଧ୍ୟମରେ ସ୍ୱେଚ୍ଛାସେବୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକୃତ କରାଯାଏ । ଜାନୁଆରୀ ୧୨ ତାରିଖରେ ଦେଶର ପ୍ରମୁଖ ସହର ଏବଂ ୭୫୦ ଟି ଜିଲ୍ଲା ସଦର ମହକୁମାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । କେନ୍ଦ୍ର / ରାଜ୍ୟ ମନ୍ତ୍ରୀ, ସ୍ଥାନୀୟ ସାଂସଦ କିମ୍ବା ବିଧାୟକମାନେ ତାଲିମପ୍ରାପ୍ତ ସଡ଼କ ସୁରକ୍ଷା ସ୍ୱେଚ୍ଛାସେବୀ ମାନଙ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏକ ଗଭୀର ଅଭିଯାନ ମାଧ୍ୟମରେ ଏକ ସୁରକ୍ଷିତ ଭବିଷ୍ୟତ ଗଠନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିବେ । ଏହି ସ୍ୱେଚ୍ଛାସେବୀ ମାନଙ୍କୁ ଟ୍ରାଫିକ୍ ଛକରେ ଟ୍ରାଫିକ୍ ପରିଚାଳନାରେ ସହାୟତା କରିବା ସହ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ନିୟୋଜିତ କରାଯିବ ।

ସ୍ୱେଚ୍ଛାସେବୀମାନେ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ପାଇଁ କାହାଣୀ କହିବା ଅଧିବେଶନ କରିବେ ଏବଂ  ସରକାରୀ ଯୋଜନା ବିଷୟରେ ସୂଚନା ପ୍ରସାରଣ କରିବେ ।

୧୨ ଜାନୁଆରୀ ୨୦୨୪ ରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ କରାଯାଏ ଏବଂ ଏହାକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଏ । ଜାତୀୟ ଯୁବ ବ୍ୟାପାର ବିଭାଗ ଜାତୀୟ ଯୁବ ଦିବସ ପାଇଁ ପ୍ରସ୍ତୁତ ହେଉଛି, ଯେଉଁଥିରେ ଦେଶର ଯୁବ ଜନସଂଖ୍ୟାର କୋଣ ଅନୁକୋଣକୁ ଯୋଡ଼ିବା ଏବଂ ସଶକ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଏବଂ ବ୍ୟାପକ ଆଭିମୁଖ୍ୟ ରଖାଯାଇଛି ।

ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜାତୀୟ ଯୁବ ଦିବସ ୨୦୨୪ ଅବସରରେ ଦେଶର ୭୬୩ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ବୃହତ୍ କାର୍ଯ୍ୟକ୍ରମ ଆରମ୍ଭ ହେବ ।

କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାର ବିବିଧ ସାଂସ୍କୃତିକ ଐତିହ୍ୟ ଓ ଯୁବ ପିଢ଼ିର ପ୍ରତିଭାକୁ ପ୍ରଦର୍ଶିତ କରାଯିବା ସହ ଯୁବ ଉତ୍ସବର ବିଜେତା ତଥା ଆୟୋଜକ ଅନୁଷ୍ଠାନର ଦଳ / ବ୍ୟକ୍ତି ବିଶେଷଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ଅଂଶୀଦାର ମନ୍ତ୍ରଣାଳୟ ସମୂହ ଏବଂ ସେମାନଙ୍କ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଗୁଡ଼ିକ ଟ୍ରାଫିକ୍ ସଚେତନତା, ପୋଷଣ ଏବଂ ଖାଦ୍ୟ, କେଭିଆଇସି ଷ୍ଟାର୍ଟଅପ୍‌ର ଉତ୍ପାଦ, ପିଏମଇଜିପି ହିତାଧିକାରୀ ଇତ୍ୟାଦି ଉପରେ ଧ୍ୟାନ କେନ୍ଦ୍ରିତ କରି ମେଗା କାର୍ଯ୍ୟକ୍ରମ ସହିତ ଜାନୁଆରୀ ୧୨, ୨୦୨୪ ରେ ବିଭିନ୍ନ ପ୍ରଦର୍ଶନୀ / କାର୍ଯ୍ୟକ୍ରମ / ପଞ୍ଜୀକରଣ / ସଚେତନତା ଅଭିଯାନ ସହିତ ଷ୍ଟଲ ସ୍ଥାପନ କରିବେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଡିଜିଟାଲ ମାଇଁ ଭାରତ ପ୍ଲାଟଫର୍ମରେ ଜିଲ୍ଲା ସ୍ତରରେ ସୃଷ୍ଟି କରାଯାଉଛି ଯାହା ଦ୍ୱାରା ଯୁବପିଢ଼ିଙ୍କ ପାଖରେ ପହଂଚିବା କ୍ଷେତ୍ରରେ ପରିବର୍ତ୍ତନ ଆସିପାରିବ । ଏପରି କାର୍ଯ୍ୟକ୍ରମ ସୃଷ୍ଟି କରିବା ଦ୍ୱାରା ପ୍ରତ୍ୟେକ ଜିଲ୍ଲାର ଅନନ୍ୟ ଚରିତ୍ର ଓ ଯୁବ ଆକାଂକ୍ଷା ବାହ୍ୟ କାର୍ଯ୍ୟକଳାପରେ ପ୍ରତିଫଳିତ ହୁଏ ।

ସମଗ୍ର ଭାରତ ବର୍ଷର ଯୁବକମାନେ ସେମାନଙ୍କ ନିକଟସ୍ଥ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରି ପାରିବେ । ସେମାନେ ମାଇଁ ଭାରତ ପ୍ଲାଟଫର୍ମରେ ସେମାନଙ୍କ ଅଂଶଗ୍ରହଣର ଫଟୋ ଏବଂ ମିଡିଆ ମଧ୍ୟ ଅପଲୋଡ୍ କରି ପାରିବେ ।

****

SSP



(Release ID: 1995494) Visitor Counter : 62