କ୍ୟାବିନେଟ
କ୍ୟାବିନେଟ୍ ଅଯୋଧ୍ୟା ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ଅନୁମୋଦନ କରିବା ସହ ଏହାକୁ 'ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର, ଅଯୋଧ୍ୟାଧାମ' ନାମରେ ନାମିତ କରିଛି
प्रविष्टि तिथि:
05 JAN 2024 1:17PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରକ୍ୟାବିନେଟ ବୈଠକରେ ଅଯୋଧ୍ୟା ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେଘୋଷଣା କରିବା ଏବଂ ଏହାକୁ "ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର, ଅଯୋଧ୍ୟାଧାମ" ନାମରେ ନାମିତ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଅଯୋଧ୍ୟାର ଅର୍ଥନୈତିକ ସାମର୍ଥ୍ୟ ଏବଂ ବିଶ୍ୱ ତୀର୍ଥସ୍ଥଳୀ ଭାବରେ ଏହାର ମହତ୍ତ୍ୱକୁସାକାର କରିବା, ବିଦେଶୀ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଦ୍ୱାର ଖୋଲିବା ପାଇଁଅଯୋଧ୍ୟା ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ ।
ବିମାନବନ୍ଦରର ନାମ "ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନ ବନ୍ଦର, ଅଯୋଧ୍ୟାଧାମ", ମହାକାବ୍ୟ ରାମାୟଣ ରଚନା କରିଥିବା ଋଷି ମହର୍ଷି ବାଲ୍ମିକିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣକରିବା ସହ ବିମାନବନ୍ଦରର ପରିଚୟକୁ ଏକ ସାଂସ୍କୃତିକ ସ୍ପର୍ଶ ପ୍ରଦାନ କରିଥାଏ ।
ଏହାର ଗଭୀର ସାଂସ୍କୃତିକ ମୂଳ ସହିତ ଅଯୋଧ୍ୟା ଏକ ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଏବଂ ତୀର୍ଥସ୍ଥଳରେ ପରିଣତ ହେବା ପାଇଁ କୌଶଳଗତ ଭାବରେ ଅବସ୍ଥିତ ।ଅନ୍ତର୍ଜାତୀୟ ତୀର୍ଥଯାତ୍ରୀ ଏବଂ ବ୍ୟବସାୟକୁ ଆକୃଷ୍ଟ କରିବା ପାଇଁ ଏହିବିମାନବନ୍ଦରର ସମ୍ଭାବନା ସହରର ଐତିହାସିକ ପ୍ରାଧାନ୍ୟ ସହିତ ରହିଛି।
BS
(रिलीज़ आईडी: 1993630)
आगंतुक पटल : 120
इस विज्ञप्ति को इन भाषाओं में पढ़ें:
Kannada
,
English
,
Urdu
,
Marathi
,
हिन्दी
,
Nepali
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam