ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧୦୮ ସ୍ଥାନରେ ଏକ ସମୟରେ ବହୁସଂଖ୍ୟାରେ ଲୋକ ସୂର୍ଯ୍ୟ ନମସ୍କାର କରି ବିଶ୍ୱ ରେକର୍ଡ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁଜରାଟକୁ ଅଭିନନ୍ଦନ ଜଣାଇଛନ୍ତି

Posted On: 01 JAN 2024 2:01PM by PIB Bhubaneshwar

୧୦୮ ସ୍ଥାନରେ ଏକକାଳୀନ ବହୁସଂଖ୍ୟାରେ ଲୋକ ସୂର୍ଯ୍ୟ ନମସ୍କାର କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟକୁ ଅଭିନନ୍ଦନ ଜଣାଇଛନ୍ତି ।

 

ସୂର୍ଯ୍ୟ ନମସ୍କାରକୁ ନିଜ ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ବହୁସଂଖ୍ୟାରେ ଲୋକ ୧୦୮ ସ୍ଥାନରେ ଏକକାଳୀନ ସୂର୍ଯ୍ୟନମସ୍କାର ଦ୍ୱାରା ଏକ ଗିନିଜ୍ ବୁକ୍ ରେକର୍ଡ କରି ଗୁଜରାଟ ୨୦୨୪କୁ ଉଲ୍ଲେଖନୀୟ ଢଙ୍ଗରେ ସ୍ୱାଗତ କରିଛି! ଆମେ ସମସ୍ତେ ଜାଣୁ  ୧୦୮ ନମ୍ବର ଆମ ସଂସ୍କୃତିରେ ଏକ ବିଶେଷ ମହତ୍ତ୍ୱ ରଖେ । ଆୟୋଜନସ୍ଥଳୀ ସ୍ଥଳୀ ମଧ୍ୟରେ ପ୍ରତିଷ୍ଠିତ ମୋଧେରା ସୂର୍ଯ୍ୟ ମନ୍ଦିର ମଧ୍ୟ ରହିଛି, ଯେଉଁଠି ଅନେକ ଲୋକ ସାମିଲ ହୋଇଥିଲେ । ଏହା ବାସ୍ତବରେ ଯୋଗ ଏବଂ ଆମ ସାଂସ୍କୃତିକ ଐତିହ୍ୟ ପ୍ରତି ପ୍ରତିବଦ୍ଧତାର ପ୍ରକୃତ ପ୍ରମାଣ ।

 

ସୂର୍ଯ୍ୟ ନମସ୍କାରକୁ ନିଜ ଦୈନନ୍ଦିନ ଜୀବନର ଅଂଶ କରିବାକୁ ମୁଁ ସଭିଁଙ୍କୁ ନିବେଦନ କରୁଛି । ଏହାର ଲାଭ ବ୍ୟାପକ ।’

 

  SR



(Release ID: 1992343) Visitor Counter : 80