ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଡ. ମୋହନ ଯାଦବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ଜଗଦୀଶ ଦେଓରା ଏବଂ ରାଜେନ୍ଦ୍ର ଶୁକ୍ଳାଙ୍କୁ ଶୁଭେଚ୍ଛା ଜଣାଇଲେ

Posted On: 13 DEC 2023 2:01PM by PIB Bhubaneshwar

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଡ. ମୋହନ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ଜଗଦୀଶ ଦେଓରା ଏବଂ ରାଜେନ୍ଦ୍ର ଶୁକ୍ଳାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଦେଶର ହୃଦୟ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଡ. ମୋହନ ଯାଦବ ଏବଂ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେଓରା ଓ ରାଜେନ୍ଦ୍ର ଶୁକ୍ଳାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ! ଆପଣଙ୍କ ନେତୃତ୍ୱରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଦୁଇଗୁଣ ଉତ୍ସାହର ସହ କାମ କରିବ ଏବଂ ବିକାଶର ନୂଆ ଢାଞ୍ଚା ସୃଷ୍ଟି କରିବ ବୋଲି ମୋର ବିଶ୍ୱାସ । ଏହି ଅବସରରେ ମୁଁ ମୋର ସମସ୍ତ ପରିବାରଜନଙ୍କୁ ଆଶ୍ୱାସନା ଦେଉଛି ଯେ, ଆପଣଙ୍କ ଜୀବନକୁ ସହଜ କରିବା ପାଇଁ ବିଜେପି ସରକାର ସବୁପ୍ରକାର ଉଦ୍ୟମ କରିବ ।’

 

  SR


(Release ID: 1986098)