ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ସୁନୀଲ ଓଝାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 29 NOV 2023 10:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାବନଗରର ପୂର୍ବତନ ବିଧାୟକ ଶ୍ରୀ ସୁନୀଲ ଓଝାଙ୍କ ପରଲୋକରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ।

 

ଭାରତୀୟ ଜନତା ପାର୍ଟି ତଥା ସମାଜ ସେବାରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି । ବାରାଣସୀରେ ତାଙ୍କ ପ୍ରଶଂସନୀୟ କାମକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି ।

 

ଶ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଭାବନଗର ପୂର୍ବତନ ବିଧାୟକ ସୁନୀଲଭାଇ ଓଝାଙ୍କ ନିଧନ ଖବର ଚକିତ କଲାଭଳି ।

 

ଭାରତୀୟ ଜନତା ପାର୍ଟି ସଙ୍ଗଠନ ଏବଂ ସମାଜ ସେବା କ୍ଷେତ୍ରରେ ତାଙ୍କ ଯୋଗଦାନକୁ ସର୍ବଦା ମନେ ରଖାଯିବ । ବାରାଣସୀରେ ବି ସୁନୀଲ ଭାଇଙ୍କ ସଙ୍ଗଠନାତ୍ମକ କାର୍ଯ୍ୟ ପ୍ରଶଂସନୀୟ ।

 

ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଏବଂ ପରିବାରକୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ ।

 

ଓମ୍ ଶାନ୍ତି!!’

 

  SR



(Release ID: 1981181) Visitor Counter : 81