ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ସୁନୀଲ ଓଝାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ
प्रविष्टि तिथि:
29 NOV 2023 10:24PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାବନଗରର ପୂର୍ବତନ ବିଧାୟକ ଶ୍ରୀ ସୁନୀଲ ଓଝାଙ୍କ ପରଲୋକରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ।
ଭାରତୀୟ ଜନତା ପାର୍ଟି ତଥା ସମାଜ ସେବାରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି । ବାରାଣସୀରେ ତାଙ୍କ ପ୍ରଶଂସନୀୟ କାମକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି ।
ଶ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଭାବନଗର ପୂର୍ବତନ ବିଧାୟକ ସୁନୀଲଭାଇ ଓଝାଙ୍କ ନିଧନ ଖବର ଚକିତ କଲାଭଳି ।
ଭାରତୀୟ ଜନତା ପାର୍ଟି ସଙ୍ଗଠନ ଏବଂ ସମାଜ ସେବା କ୍ଷେତ୍ରରେ ତାଙ୍କ ଯୋଗଦାନକୁ ସର୍ବଦା ମନେ ରଖାଯିବ । ବାରାଣସୀରେ ବି ସୁନୀଲ ଭାଇଙ୍କ ସଙ୍ଗଠନାତ୍ମକ କାର୍ଯ୍ୟ ପ୍ରଶଂସନୀୟ ।
ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଏବଂ ପରିବାରକୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ ।
ଓମ୍ ଶାନ୍ତି!!’
SR
(रिलीज़ आईडी: 1981181)
आगंतुक पटल : 130
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam