କ୍ୟାବିନେଟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନକୁ କ୍ୟାବିନେଟ୍ ଅନୁମୋଦନ

ପୋଷ୍ଟ କରାଯିବା ଦିନାଙ୍କ: 29 NOV 2023 2:30PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୯ଟି ସମ୍ପୃକ୍ତ ମନ୍ତ୍ରଣାଳୟ ମାଧ୍ୟମରେ ୧୧ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ଧ୍ୟାନ ଦେବା ପାଇଁ ମୋଟ ୨୪,୧୦୪ କୋଟି ଟଙ୍କା (କେନ୍ଦ୍ରୀୟ ଅଂଶ: ୧୫,୩୩୬ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ: ୮,୭୬୮ କୋଟି ଟଙ୍କା) ବ୍ୟୟ ବରାଦ ସହିତ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍ ଜନମନ)କୁ ଅନୁମୋଦନ ମିଳିଛି ।

 

ବଜେଟ୍ ଅଭିଭାଷଣ ୨୦୨୩-୨୪ରେ କରାଯାଇଥିବା ଘୋଷଣା ଅନୁଯାୟୀ, "ବିଶେଷ ଭାବେ ସମ୍ବେଦନଶୀଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପିଭିଟିଜି ବିକାଶ ମିଶନର ଶୁଭାରମ୍ଭ ହୋଇଥିଲା । ତଦନୁଯାୟୀ ଏହି ଯୋଜନା ପିଜିଟିଭି ପରିବାର ଏବଂ ବସ୍ତିଗୁଡ଼ିକୁ ସୁରକ୍ଷିତ ବାସଗୃହ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ, ସଡ଼କ ଏବଂ ଟେଲିକମ୍ ଯୋଗାଯୋଗର ଉନ୍ନତ ଉପଲବ୍ଧତା ଭଳି ମୌଳିକ ସୁବିଧା ପ୍ରଦାନ କରିବ। ସ୍ଥାୟୀ ଜୀବିକା ସୁଯୋଗ ଯୋଗାଇବା ଆଦି ମଧ୍ୟ ଏଥିରେ ଅର୍ନ୍ତଭୁକ୍ତ । ଅନୁସୂଚିତ ଜନଜାତିଙ୍କ ପାଇଁ ବିକାଶ କାର୍ଯ୍ୟ ଯୋଜନା (ଡିଏପିଏସଟି) ଅଧୀନରେ ଆଗାମୀ ତିନି ବର୍ଷ ମଧ୍ୟରେ ଏହି ମିଶନ କାର୍ଯ୍ୟକାରୀ କରିବା ପାଇଁ ୧୫,୦୦୦ କୋଟି ଟଙ୍କା ଉପଲବ୍ଧ କରାଯିବ ।

 

୨୦୧୧ ଜନଗଣନା ଅନୁଯାୟୀ ଭାରତର ଅନୁସୂଚିତ ଜନଜାତି ଜନସଂଖ୍ୟା ୧୦.୪୫ କୋଟି, ସେଥିମଧ୍ୟରୁ ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଅବସ୍ଥିତ ୭୫ଟି ସମ୍ପ୍ରଦାୟକୁ ବିଶେଷ ଭାବେ ସମ୍ବେଦନଶୀଳ ଜନଜାତି ଗୋଷ୍ଠୀ (ପିଭିଟିଜି ) ଭାବରେ ବର୍ଗୀକୃତ କରାଯାଇଛି | ଏହି ପିଭିଟିଜିଗୁଡ଼ିକ ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷାଗତ କ୍ଷେତ୍ରରେ ସମ୍ବେଦନଶୀଳତାର ସମ୍ମୁଖୀନ ହେଉଛନ୍ତି ।

 

ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସମେତ ୯ଟି ମନ୍ତ୍ରଣାଳୟ ମାଧ୍ୟମରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ଉପରେ ଧ୍ୟାନ ଦେବା ପାଇଁ ପିଏମ-ଜନମନ (କେନ୍ଦ୍ରୀୟ କ୍ଷେତ୍ର ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକୁ ନେଇ) ନିମ୍ନଲିଖିତ ଅଟେ:

 

 

କ୍ରମିକ ନଂ

କାର୍ଯ୍ୟକଳାପ

ହିତାଧିକାରୀ / ଲକ୍ଷ୍ୟ ନଂ

ମୂଲ୍ୟ ନିୟମ

୧

ପକ୍କା ଘରର ବ୍ୟବସ୍ଥା

୪.୯୦ ଲକ୍ଷ

୨.୩୯ ଲକ୍ଷ ଟଙ୍କା/ଘର

୨

ସଂଯୋଗ କରୁଥିବା ରାସ୍ତା

୮୦୦୦ କିମି

୧.୦୦ କୋଟି ଟଙ୍କା/କିଲୋମିଟର

୩କ

ପାଇପ୍ ଜଳ ଯୋଗାଣ/

ମିଶନ ଅଧୀନରେ ୪.୯୦ ଲକ୍ଷ ଏଚ୍ ଏଚ୍ ଏଚ୍ ସମେତ ସମସ୍ତ ପିଭିଟିଜି ବସ୍ତି ନିର୍ମାଣ କରାଯିବ

ଯୋଜନାବଦ୍ଧ ମାନଦଣ୍ଡ ଅନୁଯାୟୀ

୩ଖ

ଗୋଷ୍ଠୀ ଜଳ ଯୋଗାଣ

୨୦ ପରିବାରରୁ କମ୍ ଜନସଂଖ୍ୟା ବିଶିଷ୍ଟ ୨୫୦୦ ଗ୍ରାମ/ ବସ୍ତି

ପ୍ରକୃତ ଖର୍ଚ୍ଚ ଅନୁଯାୟୀ

୪

ଔଷଧ ଖର୍ଚ୍ଚ ସହ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍

୧୦୦୦ (୧୦/ଜିଲ୍ଲା)

୩୩.୮୮.୦୦ ଲକ୍ଷ ଟଙ୍କା/ଏମଏମୟୁ

୫କ

ହଷ୍ଟେଲ ନିର୍ମାଣ

୫୦୦

୨.୭୫ କୋଟି/ହଷ୍ଟେଲ

୫ଖ

ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା

୬୦ଟି ଆକାଂକ୍ଷୀ ପିଭିଟିଜି ବ୍ଲକ

୫୦ ଲକ୍ଷ/ବ୍ଲକ

୬

ଅଙ୍ଗନବାଡି କେନ୍ଦ୍ର ନିର୍ମାଣ

୨୫୦୦

୧୨ ଲକ୍ଷ/ଏଡବ୍ଲୁସି

୭

ବହୁମୁଖୀ କେନ୍ଦ୍ର (ଏମପିସି) ନିର୍ମାଣ

୧୦୦୦

ପ୍ରତି ଏମପିସିରେ ଏଏନଏମ ଓ ଅଙ୍ଗନୱାଡି କର୍ମୀଙ୍କ ପାଇଁ ୬୦ ଲକ୍ଷ/ଏମପିସି ବ୍ୟବସ୍ଥା

୮କ

ଏଚଏଚ ଗୁଡିକର ଶକ୍ତିକରଣ (ଶେଷ ମାଇଲ୍ ସଂଯୋଗ)

୫୭୦୦ ଏଚଏଚଏସ୍‍

୨୨,୫୦୦/ଏଚଏଚ

୮ଖ

୦.୩ କିଲୋୱାଟ୍ ସୌର ଅଫ୍ ଗ୍ରିଡ୍ ବ୍ୟବସ୍ଥା

୧୦୦୦୦୦ ଏଚଏଚଏସ୍‍

ଏଚ୍ଏଚ୍ ପିଛା ୫୦,୦୦୦ ଟଙ୍କା କିମ୍ବା ବାସ୍ତବ ଖର୍ଚ୍ଚ ଅନୁଯାୟୀ

୯

ରାସ୍ତା ଘାଟ ଓ ଏମପିସିରେ ସୌର ଆଲୋକ

୧୫୦୦ ୟୁନିଟ୍

ୟୁନିଟ୍ ପିଛା ୧,୦୦,୦୦୦ ଟଙ୍କା

୧୦

ଭିଡିଭିକେ ପ୍ରତିଷ୍ଠା

୫୦୦

୧୫ ଲକ୍ଷ ଟଙ୍କା/ଭିଡିଭିକେ

୧୧

ମୋବାଇଲ ଟାୱାର ଲଗାଇବା

୩୦୦୦ ଗାଁ

ଯୋଜନାବଦ୍ଧ ମାନଦଣ୍ଡ ଅନୁଯାୟୀ ଖର୍ଚ୍ଚ

 

ଉପରୋକ୍ତ କାର୍ଯ୍ୟ ବ୍ୟତୀତ, ଅନ୍ୟ ମନ୍ତ୍ରଣାଳୟଗୁଡ଼ିକର ନିମ୍ନଲିଖିତ କାର୍ଯ୍ୟ ମିଶନର ଏକ ଅଂଶ ହେବ:

୧.  ଆୟୁଷ ମନ୍ତ୍ରଣାଳୟ ପ୍ରଚଳିତ ନିୟମ ଅନୁଯାୟୀ ଆୟୁଷ କଲ୍ୟାଣ କେନ୍ଦ୍ର ସ୍ଥାପନ କରିବା ଏବଂ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ମାଧ୍ୟମରେ ପିଭିଟିଜି ବସ୍ତିରେ ଆୟୁଷ ସୁବିଧା ପ୍ରଦାନ କରାଯିବ ।

୨.        ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଏହି ସମ୍ପ୍ରଦାୟର ଉପଯୁକ୍ତ ଦକ୍ଷତା ଅନୁଯାୟୀ ପିଭିଟିଜି ବସ୍ତି, ବହୁମୁଖୀ କେନ୍ଦ୍ର ଏବଂ ହଷ୍ଟେଲରେ ଦକ୍ଷତା ଏବଂ ଧନ୍ଦାମୂଳକ ତାଲିମ ପ୍ରଦାନ କରିବ ।

 

HS


(ରିଲିଜ ଆଡି: 1980861) ପରିଦର୍ଶକ କାଉଣ୍ଟର : 244