ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲଚିତ ଦିବସରେ ସାହସୀ ଲଚିତ ବୋରଫୁକନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 24 NOV 2023 5:35PM by PIB Bhubaneshwar

ଲଚିତ ଦିବସରେ ଲଚିତ ବୋରଫୁକନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 

ଶ୍ରୀ ମୋଦୀ ଆଜି କହିଛନ୍ତି, ଲଚିତ ଦିବସରେ ଆମେ ଲଚିତ ବୋରଫୁକନଙ୍କ ସାହସକୁ ସ୍ମରଣ କରୁଛୁ । ସରାଇଘାଟ ଯୁଦ୍ଧରେ ତାଙ୍କ ଅତୁଳନୀୟ ନେତୃତ୍ୱ ସ୍ଥିରତା ଏବଂ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଏ । ତାଙ୍କ ବୀରତ୍ୱ ଏବଂ ରଣନୈତିକ ପ୍ରତିଭା କାଳଜୟୀ, ଯାହା କି ଆମ ଇତିହାସକୁ ଆକାର ଦେଇଛି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଆଜି ଲଚିତ ଦିବସରେ ଆମେ ଲଚିତ ବୋରଫୁକନଙ୍କ ବୀରତ୍ୱକୁ ସ୍ମରଣ କରୁଛୁ । ସରାଇଘାଟ ଯୁଦ୍ଧରେ ତାଙ୍କ ଅସାଧାରଣ ନେତୃତ୍ୱ ତାଙ୍କ ସାହସ ଏବଂ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତାର ପ୍ରମାଣ । ତାଙ୍କ ବୀରତ୍ୱ ଏବଂ ରଣନୈତିକ ପ୍ରତିଭା କାଳଜୟୀ, ଯାହା କି ଆମ ଇତିହାସକୁ ଆକାର ଦେଇଛି ।’

 

  SR



(Release ID: 1979665) Visitor Counter : 67