ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲଚିତ ଦିବସରେ ସାହସୀ ଲଚିତ ବୋରଫୁକନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପୋଷ୍ଟ କରାଯିବା ଦିନାଙ୍କ:
24 NOV 2023 5:35PM by PIB Bhubaneshwar
ଲଚିତ ଦିବସରେ ଲଚିତ ବୋରଫୁକନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଶ୍ରୀ ମୋଦୀ ଆଜି କହିଛନ୍ତି, ଲଚିତ ଦିବସରେ ଆମେ ଲଚିତ ବୋରଫୁକନଙ୍କ ସାହସକୁ ସ୍ମରଣ କରୁଛୁ । ସରାଇଘାଟ ଯୁଦ୍ଧରେ ତାଙ୍କ ଅତୁଳନୀୟ ନେତୃତ୍ୱ ସ୍ଥିରତା ଏବଂ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଏ । ତାଙ୍କ ବୀରତ୍ୱ ଏବଂ ରଣନୈତିକ ପ୍ରତିଭା କାଳଜୟୀ, ଯାହା କି ଆମ ଇତିହାସକୁ ଆକାର ଦେଇଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆଜି ଲଚିତ ଦିବସରେ ଆମେ ଲଚିତ ବୋରଫୁକନଙ୍କ ବୀରତ୍ୱକୁ ସ୍ମରଣ କରୁଛୁ । ସରାଇଘାଟ ଯୁଦ୍ଧରେ ତାଙ୍କ ଅସାଧାରଣ ନେତୃତ୍ୱ ତାଙ୍କ ସାହସ ଏବଂ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତାର ପ୍ରମାଣ । ତାଙ୍କ ବୀରତ୍ୱ ଏବଂ ରଣନୈତିକ ପ୍ରତିଭା କାଳଜୟୀ, ଯାହା କି ଆମ ଇତିହାସକୁ ଆକାର ଦେଇଛି ।’
SR
(ରିଲିଜ ଆଡି: 1979665)
ପରିଦର୍ଶକ କାଉଣ୍ଟର : 160
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam