ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
azadi ka amrit mahotsav

ସରକାର ଆଇଟି ହାର୍ଡୱେୟାର ପାଇଁ ପିଏଲଆଇ ସ୍କିମ୍ - ୨.୦ ଅଧୀନରେ ୨୭ ଜଣ ନିର୍ମାତାଙ୍କୁ ଅନୁମୋଦନ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 18 NOV 2023 4:33PM by PIB Bhubaneswar

ମୋବାଇଲ୍ ଫୋନ୍ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା (ପିଏଲ୍ଆଇ)ର ସଫଳତାକୁ ଭିତ୍ତି କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ୧୭ ମେ ୨୦୨୩ରେ ଆଇଟି ହାର୍ଡୱେୟାର ପାଇଁ ପିଏଲଆଇ ଯୋଜନା - ୨.୦କୁ ଅନୁମୋଦନ କରିଥିଲେଏହି ସ୍କିମ୍ ରେ ଲାପଟପ୍, ଟ୍ୟାବଲେଟ୍, ଅଲ୍-ଇନ୍-ୱାନ୍ ପିସି, ସର୍ଭର ଏବଂ ଅଲ୍ଟ୍ରା ସ୍ମଲ୍ ଫର୍ମ ଫ୍ୟାକ୍ଟର ଡିଭାଇସ୍ ଅନ୍ତର୍ଭୁକ୍ତ

ଆଜି ୨୭ଟି ଆଇଟି ହାର୍ଡୱେୟାର ନିର୍ମାତାଙ୍କ ଆବେଦନକୁ ଅନୁମୋଦନ ମିଳିଛି ଆସର, ଆସୁସ, ଡେଲ୍, ଏଚ୍ ପି, ଲେନୋଭୋ ଆଦି ଜଣାଶୁଣା ବ୍ରାଣ୍ଡ୍ଆଇଟି ହାର୍ଡୱେୟାର ଭାରତରେ ଉତ୍ପାଦନ କରାଯିବ ଯୋଜନାର କାର୍ଯ୍ୟକାଳ ମଧ୍ୟରେ ଏହି ଅନୁମୋଦନର ଆଶାନୁରୂପ ଫଳାଫଳ ହେଉଛ :

  • ନିଯୁକ୍ତି : ସମୁଦାୟ ପ୍ରାୟଲକ୍ଷ
  • ପାଖାପାଖି ୫୦,୦୦୦ (ପ୍ରତ୍ୟକ୍ଷ) ଏବଂ ପ୍ରାୟ ଦେଢଲକ୍ଷ (ପରୋକ୍ଷ)
  • ଆଇଟି ହାର୍ଡୱେୟାର ଉତ୍ପାଦନର ମୂଲ୍ୟ : ୩ ଲକ୍ଷ ୫୦ ହଜାର କୋଟି ଟଙ୍କା (୪୨ ବିଲିୟନ ଆମେରିକୀୟ ଡଲାର)
  • କଂପାନିଗୁଡ଼ିକ ଦ୍ୱାରା ନିବେଶ : ୩,୦୦୦ କୋଟି ଟଙ୍କା (୩୬୦ ନିୟୁତ ଆମେରିକୀୟ ଡଲାର)

ରେଳ, ଯୋଗାଯୋଗଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ଅନୁମୋଦିତ ୨୭ ଆବେଦନକାରୀଙ୍କ ମଧ୍ୟରୁ ୨୩ ଜଣ ସଙ୍ଗେ ସଙ୍ଗେ (day zero) ଉତ୍ପାଦନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି

 

*****

AH


(ରିଲିଜ ଆଡି: 1977895) ପରିଦର୍ଶକ କାଉଣ୍ଟର : 204
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Gujarati , Tamil , Telugu , Kannada