ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଜମ୍ମୁ-କାଶ୍ମୀରର ଦୋଡ଼ାରେ ବସ୍ ଦୁର୍ଘଟଣାରେ ଜୀବନ ହାନି ଯୋଗୁ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 15 NOV 2023 2:56PM by PIB Bhubaneshwar

ଜମ୍ମୁ-କାଶ୍ମୀରର ଦୋଡ଼ାରେ ଏକ ବସ୍ ଦୁର୍ଘଟଣାରେ ଜୀବନ ହାନି ଯୋଗୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ପିଏମଏନଆରଏଫରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି ।

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି:

 

‘ଜମ୍ମୁ-କାଶ୍ମୀରର ଦୋଡ଼ାରେ ବସ୍ ଦୁର୍ଘଟଣା ଦୁଃଖଦାୟକ । ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା । ଆହତମାନେ ଶ୍ରୀଘ୍ର ସୁସ୍ଥ ହେବାକୁ କାମନା କରୁଛି ।

 

ପିଏମଏନଆରଏଫରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ।’

 

 SR



(Release ID: 1977109) Visitor Counter : 95