ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଧ୍ୟପ୍ରଦେଶ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 01 NOV 2023 11:47AM by PIB Bhubaneshwar

ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତିଦିନ ବିକାଶର ନୂଆ ଉଚ୍ଚତାକୁ ଛୁଉଁଥିବା ଆମ ମଧ୍ୟପ୍ରଦେଶ ଅମୃତକାଳରେ ଦେଶର ସଂକଳ୍ପକୁ କାର୍ଯ୍ୟକାରୀ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ବିକାଶର ପଥରେ ରାଜ୍ୟ ଆହୁରି ଆଗକୁ ଯାଉ ବୋଲି ମୋର କାମନା ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ରାଜ୍ୟର ପ୍ରତିଷ୍ଠା ଦିବସରେ ମଧ୍ୟପ୍ରଦେଶର ମୋର ସମସ୍ତ ପରବାରଜନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ପ୍ରତିଦିନ ବିକାଶର ନୂଆ ଉଚ୍ଚତାକୁ ଛୁଉଁଥିବା ଆମ ମଧ୍ୟପ୍ରଦେଶ ଅମୃତକାଳରେ ଦେଶର ସଂକଳ୍ପ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ଏହି ରାଜ୍ୟ ପ୍ରଗତି ପଥରେ ଆଗକୁ ବଢ଼ିବା ଜାରି ରଖୁ ବୋଲି ମୋର ଇଚ୍ଛା ।’

 

 SR



(Release ID: 1973729) Visitor Counter : 47