ପୋଷ୍ଟ କରାଯିବା ଦିନାଙ୍କ:
18 OCT 2023 5:35PM by PIB Bhubaneswar
୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କୃତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ବିଶେଷକରି ଦାଦାସାହେବ ଫାଲକେ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିବା ୱାହିଦା ରେହମାନଙ୍କୁ ଶ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତିଙ୍କ ଏକ ପୋଷ୍ଟକୁ ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:
‘୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ସମସ୍ତଙ୍କୁ ଅଭିନନ୍ଦନ । ପୁରସ୍କାର ପାଇଥିବା ସମସ୍ତ ବିଜେତା ଭାରତୀୟ ସିନେମାରେ ଉଲ୍ଲେଖନୀୟ ଯୋଗଦାନ କରିଛନ୍ତି । ବିଶେଷ କରି ଦାଦାସାହେବ ଫାଲକେ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିବା ୱାହିଦା ରେହମାନଙ୍କୁ ସ୍ୱତନ୍ତ୍ର ଭାବେ ଶୁଭେଚ୍ଛା ଦେଉଛି ।’
SR