କ୍ୟାବିନେଟ
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ସହାୟତାରେ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି
ଜୁଲାଇ ପହିଲା ୨୦୨୩ ଠାରୁ ପିଛିଲା ଭାବେ ମିଳିବ ମାସିକ ୪% ଅତିରିକ୍ତ ଡିଏ
୪୮.୬୭ ଲକ୍ଷ ସରକାରୀ କର୍ମଚାରୀ ଓ ୬୭.୯୫ ଲକ୍ଷ ପେନସନଭୋଗୀ ହେବେ ଲାଭାନ୍ୱିତ
ପୋଷ୍ଟ କରାଯିବା ଦିନାଙ୍କ:
18 OCT 2023 3:24PM by PIB Bhubaneswar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କ ମହଙ୍ଗା ସହାୟତା (ଡିଆର)ରେ ଅତିରିକ୍ତ ୪% ବୃଦ୍ଧିକୁ ମଞ୍ଜୁରି ମିଳିଛି । ବର୍ତ୍ତମାନ ଡିଏ/ଡିଆର ଦର ମୂଳ ଦରମା/ପେନସନ ଉପରେ ୪୨% ରହିଛି । ବଜାରରେ ଦରଦାମ ବୃଦ୍ଧି ଜନିତ କ୍ଷତିର ଭରଣା ପାଇଁ ଏଥିରେ ଅତିରିକ୍ତ ୪% ଡିଏ ଓ ଡିଆର ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ଜୁଲାଇ ପହିଲା ୨୦୨୩ ଠାରୁ ପିଛିଲା ଭାବେ ଲାଗୁ ହେବ । ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁଯାୟୀ ଗ୍ରହଣ କରାଯାଇଥିବା ସୂତ୍ର ଆଧାରରେ ଏହି ବୃଦ୍ଧି କରାଯାଇଛି।
ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ବୃଦ୍ଧି ଫଳରେ ଦେଶର ରାଜକୋଷ ଉପରେ ବାର୍ଷିକ ୧୨,୮୫୭ କୋଟି ଟଙ୍କାର ବୋଝ ପଡ଼ିବ। ତେବେ ଏହା ଦ୍ୱାରା ୪୮ ଲକ୍ଷ ୬୭ ହଜାର ସରକାରୀ କର୍ମଚାରୀ ଏବଂ ୬୭ ଲକ୍ଷ ୯୫ ହଜାର ପେନସନଭୋଗୀ ଲାଭାନ୍ୱିତ ହେବେ।
********
P.S.
(ରିଲିଜ ଆଡି: 1968817)
ପରିଦର୍ଶକ କାଉଣ୍ଟର : 235
ଏହି ରିଲିଜ ପଢନ୍ତୁ :
Kannada
,
Tamil
,
Manipuri
,
Bengali
,
Telugu
,
Malayalam
,
English
,
Khasi
,
Urdu
,
Marathi
,
हिन्दी
,
Bengali-TR
,
Assamese
,
Punjabi
,
Gujarati