ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 11 OCT 2023 9:36AM by PIB Bhubaneswar

ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 

ଭାରତର ଗଣତନ୍ତ୍ରକୁ ମଜଭୁତ କରିବା ଲାଗି ତାଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଛନ୍ତି ଯେ, ତାଙ୍କ ନିଃସ୍ୱାର୍ଥପର ସେବା ଦେଶବାସୀଙ୍କୁ ପ୍ରେରଣା ଦେଇଚାଲିବ ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ସମ୍ପୂର୍ଣ୍ଣ କ୍ରାନ୍ତିର ଜନକ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ । ଭାରତର ଗଣତନ୍ତ୍ରକୁ ମଜଭୁତ କରିବା ଦିଗରେ ତାଙ୍କ ନିଃସ୍ୱାର୍ଥପର ସେବା ଭାବ ଦେଶବାସୀଙ୍କୁ ପ୍ରେରଣା ଦେଇଚାଲିବ ।’

 

SR


(ରିଲିଜ ଆଡି: 1966525) ପରିଦର୍ଶକ କାଉଣ୍ଟର : 180