ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡାରେ ମହିଳା ୫୦୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିବାରୁ ପ୍ରଧାନମନ୍ତ୍ରୀ କ୍ରୀଡାବିତ ପାରୁଲ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 03 OCT 2023 9:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ରାକ ଏବଂ ଫିଲ୍ଡ କ୍ରୀଡାବିତ ପାରୁଲ ଚୌଧୁରୀଙ୍କୁ ଏସୀୟ କ୍ରୀଡାରେ ମହିଳା ୫୦୦୦ ମିଟର ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରି ଏହାକୁ ପ୍ରକୃତରେ ଆଶ୍ଚର୍ଯ୍ୟଜନକ ବୋଲି କହିଥିଲେ ଏବଂ ଭବିଷ୍ୟତରେ ତାଙ୍କର ସଫଳତା କାମନା କରିଥିଲେ ।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:

ମହିଳା ୫୦୦୦ ମିଟର ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପାରୁଲ ଚୌଧୁରୀଙ୍କ ପାଇଁ ଗର୍ବିତ ।

ତାଙ୍କ  ପ୍ରଦର୍ଶନ ଯାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଥିଲା । ସେ ଉଚ୍ଚତର ହୋଇ ସଫଳତା ଆଡକୁ ଅଗ୍ରସର ହୁଅନ୍ତୁ । "

***

SSP

 


(रिलीज़ आईडी: 1964261) आगंतुक पटल : 137
इस विज्ञप्ति को इन भाषाओं में पढ़ें: Marathi , English , Urdu , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam