ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତେଲଙ୍ଗାନାର ନିଜାମାବାଦରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 03 OCT 2023 5:46PM by PIB Bhubaneshwar

ତେଲଙ୍ଗାନାର ରାଜ୍ୟପାଳ ତମିଲିସାଇ ସୌନ୍ଦରାରାଜନ ମହୋଦୟା, କେନ୍ଦ୍ର ସରକାରରେ ମୋର ସହଯୋଗୀ ଭାଇ ଜି. କିଶନ ରେଡ୍ଡୀ ମହାଶୟ, ଏଠାରେ ଉପସ୍ଥିତ ସମସ୍ତ ବରିଷ୍ଠ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !

ଆଜି ଯେଉଁ ପ୍ରକଳ୍ପର ଶିଳାନ୍ୟାସ ଅବା ଲୋକାର୍ପଣ ହୋଇଛି, ମୁଁ ଏଥିପାଇଁ ତେଲଙ୍ଗାନାକୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

କୌଣସି ମଧ୍ୟ ଦେଶ ଏବଂ ରାଜ୍ୟର ବିକାଶ ପାଇଁ ବହୁତ ଆବଶ୍ୟକ ହେଉଛି ସେହି ରାଜ୍ୟ ବିଜୁଳି ଉତ୍ପାଦନ ବିଷୟରେ ଅଧିକରୁ ଅଧିକ ଆତ୍ମନିର୍ଭର ହେଉ । ଯେତେବେଳେ ରାଜ୍ୟରେ ପ୍ରଚୁର ବିଜୁଳି ଉତ୍ପାଦନ ହୋଇଥାଏ ସେତେବେଳେ  ବ୍ୟବସାୟ ସୁଗମତା ଏବଂ ସହାବସ୍ଥାନ ସୁଗମତା ଉଭୟ ହିଁ ସୁଧୁରି ଯାଇଥାଏ । ସୂଚାରୁ ବିଜୁଳି ଯୋଗାଣ, ରାଜ୍ୟର ଔଦ୍ୟୋଗିକ ବିକାଶକୁ ମଧ୍ୟ ଗତି ଦେଇଥାଏ । ଆଜି ପେଦ୍ଦପଲ୍ଲି ଜିଲ୍ଲାରେ ଏନଟିପିସିର ସୁପର ତାପଜ ଶକ୍ତି ପ୍ରକଳ୍ପର ପ୍ରଥମ ୟୁନିଟର ଲୋକାର୍ପଣ ହୋଇଛି । ଖୁବ୍ ଶୀଘ୍ର ଏହାର ଦ୍ୱିତୀୟ ୟୁନିଟ୍ ଆରମ୍ଭ ହୋଇଯିବ । ଯେତେବେଳେ ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହୋଇଯିବ, ସେତେବେଳେ ଏହି ପ୍ରକଳ୍ପର ଉତ୍ପାଦନ କ୍ଷମତା 4000 ମେଗାୱାଟ ହୋଇଯିବ । ମୁଁ ଖୁସି ଯେ, ଏନଟିପିସିର ଦେଶରେ ଯେତେ ମଧ୍ୟ ଶକ୍ତି ପ୍ରକଳ୍ପ ଅଛି, ସେଥିମଧ୍ୟରୁ ଏହା ହେଉଛି ସବୁଠାରୁ ଆଧୁନିକ ପ୍ଲାଂଟ । ଏହି ପ୍ଲାଂଟରୁ ଯେଉଁ ବିଜୁଳି ଉତ୍ପାଦନ ହେବ, ତାହାର ବହୁତ ବଡ଼ ଅଂଶ ତେଲଙ୍ଗାନାର ଲୋକମାନଙ୍କୁ ମିଳିବ । ଆମ ସରକାର ଯେଉଁ ପ୍ରକଳ୍ପର ଶୁଭାରମ୍ଭ କରି ଥାଆନ୍ତି, ତାହାକୁ ମଧ୍ୟ ସମ୍ପୂର୍ଣ୍ଣ କରି ଦେଖାଇ ଥାଆନ୍ତି । ମୋର ସ୍ମରଣ ଅଛି ଅଗଷ୍ଟ 2016ରେ ମୁଁ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲି । ଏବେ ଆଜି ଏହାର ଲୋକାର୍ପଣର ମଧ୍ୟ ସୌଭାଗ୍ୟ ମୋତେ ମିଳିଛି । ଏହା ହେଉଛି ଆମ ସରକାରଙ୍କର ନୂତନ କାର୍ଯ୍ୟ ସଂସ୍କୃତି ।

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

ଆମ ସରକାର ତେଲଙ୍ଗାନାର ଲୋକମାନଙ୍କର ଉର୍ଜ୍ଜା ସହିତ ଜଡ଼ିତ ଅନ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ଦୁଇ ଦିନ ପୂର୍ବେ ହିଁ ଯେତେବେଳେ ମୋତେ ହାସନ- ଚେରଲାପଲ୍ଲୀ ଏଲପିଜି ପାଇପ୍ ଲାଇନ୍ ର ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା । ଏହି ପାଇପ ଲାଇନ୍ ଏଲପିଜି ରୂପାନ୍ତରଣ ଏବଂ ତାହାର ପରିବହନ ଏବଂ ବିତରଣର ସୁରକ୍ଷିତ, କମ୍ ବ୍ୟୟରେ ଏବଂ ପରିବେଶ ଅନୁକୂଳ ବ୍ୟବସ୍ଥା ବିକଶିତ କରିବାର ଆଧାର ପାଲଟିବ ।

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

ଆଜି ମଧ୍ୟ ମୋତେ ଧର୍ମାବାଦ- ମନୋହରାବାଦ ଏବଂ ମହବୁବନଗର- କର୍ଣ୍ଣୁଲୁ ରେଳ ଷ୍ଟେସନର ବିଦ୍ୟୁତୀକରଣ ପ୍ରକଳ୍ପକୁ ରାଷ୍ଟ୍ରକୁ ସମର୍ପିତ କରିବାର ସୁଯୋଗ ପ୍ରାପ୍ତ ହୋଇଛି । ଏହାଦ୍ୱାରା ତେଲଙ୍ଗାନାର ଯୋଗାଯୋଗ ମଧ୍ୟ ବଢ଼ିବ ଏବଂ ଏହା ସହିତ ଦୁଇଟି ଟ୍ରେନର ହାରାହାରି ଗତି ମଧ୍ୟ ବୃଦ୍ଧି ପାଇବ । ଭାରତୀୟ ରେଳ, ଆଗାମୀ କିଛି ମାସ ମଧ୍ୟରେ ସମସ୍ତ ରେଳ ଲାଇନକୁ ଶତ-ପ୍ରତିଶତ ବିଦ୍ୟୁତୀକରଣ କରିବାର ଲକ୍ଷ୍ୟକୁ ନେଇ ଅଗ୍ରସର ହେଉଛି । ଆଜି ହିଁ ମନୋହରାବାଦ- ସିଦ୍ଦିପେଟ ନୂତନ ରେଳ ଲାଇନର ମଧ୍ୟ ଲୋକାର୍ପଣ ହୋଇଛି । ଏହାଦ୍ୱାରା ବ୍ୟବସାୟ- କାରବାରକୁ ପ୍ରୋତ୍ସାହନ ମିଳିବ । 2016ରେ ମୋତେ ମଧ୍ୟ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାର ସୁଯୋଗ ମିଳିଥିଲା । ଆଜି ମଧ୍ୟ ଏହି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି ।

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

ଆମ ଦେଶରେ, ଦୀର୍ଘ ସମୟ ପର୍ଯ୍ୟନ୍ତ, ସ୍ୱାସ୍ଥ୍ୟ ସେବା ଉପରେ କେବଳ ସମୃଦ୍ଧ ଲୋକମାନଙ୍କର ଅଧିକାର ବୋଲି ଧରି ନିଆ ଯାଇଥିଲା । ବିଗତ 9 ବର୍ଷରେ ଆମେ ଏହି ଆହ୍ୱାନକୁ ସମାଧାନ କରିବା ପାଇଁ ଅନେକ ପଦକ୍ଷେପ ଉଠାଇଛୁ, ଯାହାଦ୍ୱାରା ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକ ଉପଲବ୍ଧ ହେଉ, ସୁଲଭ ମଧ୍ୟ ହେଉ । ଭାରତ ସରକାର ମେଡିକାଲ କଲେଜ ଏବଂ ଏମ୍ସର ସଂଖ୍ୟା ବୃଦ୍ଧି କରୁଛନ୍ତି । ତେଲଙ୍ଗାନାର ଲୋକ ଏମ୍ସ ବିବିନଗରରେ ନିର୍ମାଣ ଚାଲିଥିବା ଭବନରେ ଆମର କାର୍ଯ୍ୟକୁ ମଧ୍ୟ ଦେଖୁଛନ୍ତି । ଯେତେବେଳେ ହସ୍ପାତାଳ ବୃଦ୍ଧି ପାଉଛି ସେତେବେଳେ ରୋଗୀମାନଙ୍କ ଧ୍ୟାନ ରଖିବା ପାଇଁ ଡାକ୍ତର ଏବଂ ନର୍ସମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

ଆଜି ଭାରତରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୂଷ୍ମାନ ଭାରତ ଚାଲୁ ରହିଛି । ଏଥିଯୋଗୁଁ କେବଳ ତେଲଙ୍ଗାନାରେ 70 ଲକ୍ଷରୁ ଅଧିକ ଲୋକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରାଇବାର ଗ୍ୟାରେଂଟି ମିଳିଛି । ଜନଔଷଧି କେନ୍ଦ୍ରମାନଙ୍କରେ ଗରିବ ଏବଂ ମଧ୍ୟମବର୍ଗର ଲୋକଙ୍କୁ 80 ପ୍ରତିଶତ ରିହାତିରେ ଔଷଧ ଦିଆଯାଉଛି । ଏହାଦ୍ୱାରା ଏହିଭଳି ପରିବାରର ମାସକୁ ହଜାର- ହଜାର ଟଙ୍କା ସଂଚୟ ହେଉଛି ।

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

ପ୍ରତ୍ୟେକ ଜିଲ୍ଲାରେ ଭଲ ସ୍ୱାସ୍ଥ୍ୟ ଭିତିଭୂମିକୁ ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ଆୟୂଷ୍ମାନ ଭାରତ ଭିତିଭୂମି ମିଶନରେ ଶୁଭାରମ୍ଭ କରିଛୁ । ଆଜି ଏହି ମିଶନ ଅଧୀନରେ ତେଲଙ୍ଗାନାରେ 20 କ୍ରିଟିକାଲ କେୟାର ବ୍ଲକ୍ସର ଶିଳାନ୍ୟାସ ହୋଇଛି । ଏହି ବ୍ଲକ୍ସଗୁଡ଼ିକୁ ଏଭଳି ଭାବେ ନିର୍ମାଣ କରାଯିବ ଯେ ଏଥିରେ ଉତ୍ସର୍ଗୀକୃତ ଆଇସୋଲେସନ ୱାର୍ଡ, ଅମ୍ଳଜାନ ଯୋଗାଣ, ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିବ । ତେଲଙ୍ଗାନାରେ ସ୍ୱାସ୍ଥ୍ୟ ସୁବିଧାମାନ ବୃଦ୍ଧି କରିବା ପାଇଁ 5000ରୁ ଅଧିକ ଆୟୂଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି । କରୋନା ବୈଶ୍ୱିକ ମହାମାରୀ ସମୟରେ ତେଲଙ୍ଗାନାରେ ପାଖାପାଖି 50 ବଡ଼ ପିଏସଏ ଅମ୍ଳଜାନ କାରଖାନା ପ୍ରତିଷ୍ଠା କରାଯାଇଥିଲା, ଯାହାଦ୍ୱାରା ଲୋକମାନଙ୍କର ଜୀବନ ବଂଚାଇବାରେ ବହୁତ ସହାୟତା ମିଳିଥିଲା ।

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

ଉର୍ଜ୍ଜା, ରେଳବାଇ ଏବଂ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ପାଇଁ ତେଲଙ୍ଗାନାର ଲୋକମାନଙ୍କୁ ମୁଁ ପୁଣି ଥରେ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଆଉ ଏବେ ମୋତେ ଆଗାମୀ କାର୍ଯ୍ୟକ୍ରମ ପାଇଁ ଲୋକମାନେ ପ୍ରତୀକ୍ଷା କରି ରହିଛନ୍ତି, ବହୁତ ଉତ୍ସାହ, ଉଦ୍ଦୀପନା ସହିତ ଅପେକ୍ଷା କରି ରହିଛନ୍ତି, ଖୋଲା ମୈଦାନ ଅଛି, ତେଣୁ ସେଠାରେ କିଛି ଖୋଲା ଖୋଲି ଭାବେ ମଧ୍ୟ କିଛି କଥାବାର୍ତା ହୋଇଯିବା ।

ବହୁତ- ବହୁତ ଧନ୍ୟବାଦ ।

*****

AH



(Release ID: 1963992) Visitor Counter : 86